Odisha Link
Bridging the Missing Links in Odisha

ଭାରତୀୟ କରୋନା ଷ୍ଟ୍ରେନ୍‌କୁ ନାମକରଣ କଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନାମକରଣ କରିଛି ଡବ୍ଲ୍ୟୁଏଚ୍‌ଓ। ଏହାର ନାଁ ‘ଡେଲ୍‌ଟା ଭାରିଏଣ୍ଟ’ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ଏହି କରୋନା ଭୂତାଣୁର ନାମକରଣ କରିଛି। ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍‌ ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଏଣ୍ଟ ବୋଲି କୁହାଯିବାକୁ ଆପତ୍ତି କରାଯାଇଥିଲା। ପରେ ହୁ’ ଏହାର ନାମ ‘ଡେଲଟା’ ରଖିଛି।

କରୋନ ପାଇଁ ଦାୟୀ ହୋଇଥିବା ଭାଇରସର ନାମକରଣ ଗ୍ରୀକ ଅଲଫାବେଟର ବ୍ୟବହାର କରାଯାଇ ନାମିତ ହୋଇଛି। ବ୍ୟାପକ ପରାମର୍ଶ ଏବଂ ତର୍ଜମା ପରେ ଏହି ନାମ ସ୍ଥିର କରାଯାଇଛି। ଏଥିପାଇଁ ହୁ’ ସମଗ୍ର ବିଶ୍ୱରେ ବିଶେଷଜ୍ଞ ଗୋଷ୍ଠୀଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଥିଲା।ଏ ହା ପୂର୍ବରୁ ଇଂଲଣ୍ଡରେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ ‘କାପା’ ରଖାଯାଇଛି। ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ‘ବିଟା’ ଓ ବ୍ରାଜିଲ ଷ୍ଟ୍ରେନର ନାଁ ‘ଗାମା’ ରଖାଯାଇଛି।

ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଏଣ୍ଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ପ୍ରାୟ ୨୪ଟି ଅକ୍ଷରକୁ ନେଇ ଆଲ୍ଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି। ନାମକରଣ ପ୍ରଣାଳୀରେ ବିଶେଷଜ୍ଞ, ଏବଂ ଅଣ-ଆଣବିକ, ଜୀବାଣୁ ଟକ୍ସୋନୋମିକ୍‌ ବିଶେଷଜ୍ଞ, ରାଷ୍ଟ୍ରୀୟ ପ୍ରାଧିକରଣ ସାମିଲ ହୋଇଥିଲେ।।

Leave A Reply

Your email address will not be published.