Odisha Link
Bridging the Missing Links in Odisha

ବିଧାନସଭା ପରିସରରେ ବିଜୟଶ୍ରୀ ରାଉତରାୟଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର: ଆଜି ପଞ୍ଚଭୂତରେ ବିଲୀନ ହେବ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ମରଶରୀର। ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ଦଳୀୟ କର୍ମକର୍ତ୍ତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ବିଧାନସଭା ନିଆଯାଇଥିଲା ମରଶରୀର ।ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କୁ ଗାର୍ଡ ଅଫ ଅନର ଦିଆଯ଼ାଇଛି।

ବାତସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଭଦ୍ରକ ଜିଲ୍ଲା ବାସୁଦେବପୁରକୁ ନିଆଯ଼ାଉଛି। ସେଠାରେ ତାଙ୍କ ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।

ଗତକାଲି ୬୮ ବର୍ଷ ବୟସରେ ବରିଷ୍ଠ ରାଜନେତା ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଥିଲା। ସେ ୧୯୯୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୬ଥର ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ। ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି ବିଜୟଶ୍ରୀ।

ଜଙ୍ଗଲ ପରିବେଶ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଶ୍ରମ ଓ ପର୍ଯ୍ୟଟନ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ୱ ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ସେ ବିଧାନସଭାର ବିଭିନ୍ନ ଗୃହ କମିଟିର ସଦସ୍ୟ ଭାବେ କାମ କରିଥିଲେ । ବିଜୟଶ୍ରୀ ରାଉତରାୟ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ।

Leave A Reply

Your email address will not be published.