Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ୮୮୩୯ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଗତ କିଛି ଦିନ ହେଲା କମୁଥିଲେ ମଧ୍ୟ ମୃତ୍ୟୁହାରରେ ବ୍ରେକ୍‌ ଲାଗୁନି। ଗତ ୨୪ ଘଣ୍ଟାରେ ୮୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୮୯୧ଟି ହେଉଛି ଲୋକାଲ୍ କେସ୍‌ ରହିଛି। ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩ ଓ ପୁରୀ ଜିଲ୍ଲାରୁ ୪୩୮ ଜଣ, ଅନୁଗୋଳରୁ ୪୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୯୫, ବରଗଡ଼ରୁ ୧୯୩, ଭଦ୍ରକରୁ ୪୧୯, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୧୭୯, ଦେବଗଡ଼ରୁ ୮୪, ଗଜପତିରୁ ୫୨ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୧୨୧, କଳାହାଣ୍ଡିରୁ ୧୪୫, କନ୍ଧମାଳରୁ ୫୮, କେନ୍ଦ୍ରାପଡ଼ାରୁ ୩୦୨, କେନ୍ଦୁଝରରୁ ୧୮୮, କୋରାପୁଟରୁ ୯୯, ମାଲକାନଗିରିରୁ ୮୫, ନବରଙ୍ଗପୁରରୁ ୧୨୯, ନୟାଗଡ଼ରୁ ୨୪୬, ନୂଆପଡ଼ାରୁ ୩୪, ରାୟଗଡ଼ାରୁ ୨୧୬, ସମ୍ବଲପୁରରୁ ୧୯୪, ସୋନପୁରରୁ ୧୧୮ ଓ ସୁନ୍ଦରଗଡ଼ରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି।

ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ହୋଇଥିବା ବେଳେ କଳାହାଣ୍ଡି, କଟକ ଜିଲ୍ଲାରୁ ୪ଜଣ ରହିଛନ୍ତି। ବୌଦ୍ଧ , ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର , ଦେଓଗଡ଼, ଗଜପତି, କେନ୍ଦ୍ରାପଡ଼ା ନବରଙ୍ଗପୁର, ରାୟଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି। ସେହିପରି ବରଗଡ଼, ଭଦ୍ରକ , ଗଞ୍ଜାମ, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

୮୮୩୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୨ ହଜାର ୬୨୧ ଜଣ ସୁସ୍ଥ ହୋଇସାରିଲେଣି। ୮୫ ହଜାର ୪୨୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଆଉ ୪୨ ଜଣ ପ୍ରାଣ ହରାଇବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.