Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କରୋନାରେ ଥିଲେ ଆକ୍ରାନ୍ତ

ଭୁବନେଶ୍ବର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ। କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

ବିଜୟଶ୍ରୀ ରାଉତରାୟ ବିଜେଡି ସରକାରରେ ଏକାଧିକ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ଦୀର୍ଘ ୩୦ ବର୍ଷ ଧରି ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଧାୟକ ଥିଲେ। ସେ ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରୁ ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ।

ସେ ପ୍ରଥମେ ୧୯୯୦ ଏବଂ ୧୯୯୫ରେ ଜନତା ଦଳ ଟିକେଟ୍‌ରୁ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ବିଜୁ ଜନତା ଦଳ(ବିଜେଡି)ରେ ନିଜର ରାଜନୈତିକ ଜୀବନକୁ ଆଗେଇ ନେଇଥିଲେ। ସେ ବିଜେଡିର ଜଣେ ବରିଷ୍ଠ ଚେହେରା ଥିଲେ। ୨୦୦୦, ୨୦୦୪, ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟ୍‌ରେ ବାସୁଦେବପୁର ନିର୍ବାଚନ ମଣ୍ଡଳରୁ କ୍ରମାଗତ ବିଜୟୀ ହୋଇଥିଲେ। ଆଉ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ମନ୍ତ୍ରୀପଦ ମଧ୍ୟ ସମ୍ଭାଳିଛନ୍ତି।

Leave A Reply

Your email address will not be published.