Odisha Link
Bridging the Missing Links in Odisha

ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବିରୋଧରେ ଏଫଆଇଆର ରୁଜୁ। ମୁମ୍ବାଇ ପୋଲିସ ଏହି ମାମଲା ରୁଜୁ କରିଛି। କରୋନା ପ୍ରତିବନ୍ଧକ ଉଲ୍ଲଂଘନ କରିବା କାରଣରୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ପୋଲିସ କହିଛି ଯେ, ମୁମ୍ବାଇରେ ଅପରାହ୍ନ ୨ଟା ପରେ ବିନା କାରଣରେ ବୁଲାବୁଲି କରୁଥିବା ଲୋକଙ୍କ ଉପରେ ନିଷେଧାଦେଶ ରହିଛି। କିନ୍ତୁ ଟାଇଗର ଶ୍ରଫ ଏବଂ ଦିଶା ପଟାନୀ ବାନ୍ଦ୍ରା ବସଷ୍ଟାଣ୍ଡ ନିକଟରେ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଉଭୟ ଘରୁ ବାହାରକୁ ଆସିବାର କୌଣସି କାରଣ କହିପାରି ନଥିଲେ। ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ଉଭୟ ଡ୍ରାଇଭରେ ଯାଇଥିବାର କିଛି ଫଟୋ ବାହାରିଥିଲା, ଯାହା ଖୁବ୍ ଶୀଘ୍ର ଭାଇରାଲ୍ ହୋଇଥିଲା। ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଦିଶା କାରର ଆଗ ସିଟରେ ଏବଂ ଟାଇଗର ପଛ ସିଟରେ ବସିଥିଲେ। ଡ୍ରାଇଭକୁ ଉପଭୋଗ କରୁଥିବାବେଳେ ଦ୍ୱିତୀୟ ରାଉଣ୍ଡ ସମୟରେ ଉଭୟଙ୍କୁ ମୁମ୍ବାଇ ପୋଲିସ ଅଟକାଇଥିଲା। ପୋଲିସ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରି ବାକି ଫରମାଲିଟିଜ୍ ପୂରଣ କରିବା ପରେ ଉଭୟଙ୍କୁ ଛାଡି ଦେଇଛି।

ମହାରାଷ୍ଟ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀ ମୁତାବକ, ବର୍ତ୍ତମାନ ରାଜ୍ୟରେ ଅତ୍ୟାବଶ୍ୟକୀୟ ଦୋକାନଗୁଡ଼ିକୁ ସକାଳ ୭ ଟାରୁ ରାତି ୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.