Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଦାନବାକ୍ସରୁ ଚୋରି

ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।

ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି। ହେଲେ ୨୪ ଘଣ୍ଟିଆ ପୁଲିସ ପହରା ସତ୍ୱେ ଚୋରି ହୋଇଛି।

ପୂର୍ବରୁ କିଛିଦିନ ତଳେ ମାଉସୀ ମା’ଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା। ଏପର୍ଯ୍ୟନ୍ତ ଚୋର ଧରାପଡିନାହିଁ। ଏବେ ଆଉ ଗୋଟିଏ ମନ୍ଦିରରୁ ଚୋରି ହେବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.