Odisha Link
Bridging the Missing Links in Odisha

ମୂଳରୁ ହୋଇନି ମତଦାନ, ନିମନ୍ତ୍ରଣ ପତ୍ର ଭାଇରାଲ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ହେବ କାହା ସରକାର ? ବିଜେଡି, ବିଜେପି ନା କଂଗ୍ରେସର ସରକାର ହେବ। ଗଣତନ୍ତ୍ରର ମହାପର୍ବରେ ଓଡ଼ିଶାର ଶାସନ ଗାଦିରେ କିଏ ବସିବ ତାକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବିଜେପି ସରକାର ହେବ ବୋଲି କହିବା ବେଳେ ବିଜେଡିର ପୋଷ୍ଟର ବୟ କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ହେବ ବୋଲି କହିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି।

ଏଭଳି ଚର୍ଚ୍ଚା ଲାଗି ରହିଥିବା ବେଳେ ସବୁଠୁ ବଡ଼ କଥା ହେଲା ଓଡ଼ିଶାରେ ମୂଳରୁ ନିର୍ବାଚନ ପାଇଁ ଭୋଟ୍‌ ପଡ଼ିନି ହେଲେ ସୋସିଆଲ ମିଡିଆରେ ଶପଥ ଗ୍ରହଣ ସମାରୋହର ନିମନ୍ତ୍ରଣ ପତ୍ର ଘୁରି ବୁଲୁଛି। ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଏକ ଫଟୋ ମଧ୍ୟ ରହିଛି। ଭାଇରାଲ ହେଉଥିବା ନିମନ୍ତ୍ରଣ ପତ୍ରରେ ଲେଖା ରହିଛି ଯେ ଦେଶର ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ତଥା ୬ଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ। ଏଥିସହିତ ତାରିଖ, ସ୍ଥାନ ଓ ସମୟ ମଧ୍ୟ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ରହିଛି।

ସୂଚନାଥାଉକି, ବିଜେଡି ସରକାରକୁ ଟାର୍ଗେଟ କରି ମୋଦି କହିଥିଲେ ଯେ ଜୁନ୍‌ ୪ ତାରିଖରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାରି ଡେଟ୍‌ ଲେଖା ହୋଇଛି। ମେ’ ୬ ତାରିଖ, ଜୁନ୍‌ ୬ ତାରିଖକୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧାର୍ଯ୍ୟ କରାଯିବ। ଜୁନ୍‌ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ନେବେ। ଆଉ ସେହି ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି କହିଥିଲେ।

ସେହିପରି କଳାହାଣ୍ଡି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାଣ୍ଡିଆନ କହିଥିଲେ, କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଏବଂ ଓଡ଼ିଶା ମଧ୍ୟ ଇତିହାସ ରଚିବ। ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ସକାଳ ସାଢେ ୧୧ଟାରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥଗ୍ରହଣ କରିବେ।

Leave A Reply

Your email address will not be published.