Odisha Link
Bridging the Missing Links in Odisha

ତାତିରୁ ମିଳିଲା ତ୍ରାହି, ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରୁ ମିଳିଛି ତ୍ରାହି। ନିର୍ବାଚନୀ ତାତି ମଧ୍ୟରେ ପାଗରେ ପରିବର୍ତ୍ତନ ଆସିଛି। ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ରାଜ୍‌ କରୁଥିବାବେଳେ ହଠାତ କାଳବୈଶାଖୀର ପ୍ରଭାବ ଅସହ୍ୟ ତାତିରୁ ମୁକ୍ତି ଦେଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଥିଲା।

ତେବେ ବର୍ତ୍ତମାନ କାଳବୈଶାଖୀ କାରଣରୁ ବର୍ଷା ସହ ପବନ ପ୍ରଭାବରେ ତାତିରୁ ତ୍ରାହି ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଏହା ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଜାରି ରହିଛି। ଗତକାଲି ମଧ୍ୟ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଅନୁଭୂତ ହୋଇଥିଲା।

Leave A Reply

Your email address will not be published.