Odisha Link
Bridging the Missing Links in Odisha

ଶେରଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର; ଜନସଭାରେ ବିରୋଧୀଙ୍କୁ କଲେ ଟାର୍ଗେଟ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ମଧ୍ୟରେ ଆଜି ସକାଳୁ ଭି.କେ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଧବଳେଶ୍ବର ଠାରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହା ପରେ ଶେରଗଡ଼ ଗୋଠଗାଁରେ ପାଣ୍ଡିଆନ ପ୍ରଚାର କରିଛନ୍ତି। ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ବିକାଶର ହିସାବ ଦେଲେ ଭି.କେ ପାଣ୍ଡିଆନ। ଦଳୀୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ନବୀନ ପଟ୍ଟନାୟକ ଜନହିତକାରୀ ଯୋଜନାର ରୂପ ରେଖ ବଖାଣିଛନ୍ତି।

Leave A Reply

Your email address will not be published.