Odisha Link
Bridging the Missing Links in Odisha

ଆସୁଛି ଆଉ ଏକ ସ୍ୱଦେଶୀ ଟିକା, ୩୦ କୋଟି ଡୋଜ୍ ମଗାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଆସୁଛି ଆଉ ଏକ ସ୍ୱଦେଶୀ ଟିକା। ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା। କରୋନାର ଦ୍ୱିତୀୟ ଲହରରେ ଟିକାର ଅଭାବ ଦେଖାଯାଉଥିବା ବେଳେ ଆଉ ଏକ ସ୍ୱଦେଶୀ ଟିକାର ୩୦ କୋଟି ଡୋଜ୍ ଅର୍ଡର କରିଛନ୍ତି କେନ୍ଦ୍ର ସରକାର।

ହାଇଦ୍ରାବାଦ ସ୍ଥିତ ମେସର୍ସ ବାୟୋଲଜିକାଲ-ଇ ଟିକା କମ୍ପାନୀ ପାଖରୁ ୩୦ କୋଟି ଟିକା କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଘୋଷଣା କରିଛି। ଏଥିପାଇଁ କେନ୍ଦ୍ର ଟିକା କମ୍ପାନୀକୁ ୧୫୦୦ କୋଟି ଟଙ୍କା ଦେଇଛି।ଏହି ଟିକା ଚଳିତ ବର୍ଷ ଅଗଷ୍ଟ-ଡିସେମ୍ୱର ସୁଦ୍ଧା ଆସିଯିବ ବୋଲି ଆଶା ରହିଛି। ଏହି ଟିକା କିନ୍ତୁ ଏବେ କ୍ଲିନିକାଲ ଟ୍ରାଏଲରେ ରହିଛି। ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲ ସଫଳ ହୋଇଛି। ତୃତୀୟ ଟ୍ରାଏଲ ମଧ୍ୟ ସଫଳ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଶାବାଦୀ ରହିଛି। ଏହି ଟିକା ଆରବିଡି ପ୍ରୋଟିନ ସବ ୟୁନିଟ ପ୍ରକାରର।

ଏହି ଟିକାର ସଫଳ ଟ୍ରାଏଲ ହେଲେ ଭାରତର ଏହା ଦ୍ୱିତୀୟ ସ୍ୱଦେଶୀ ଟିକା ହେବ। ପୂର୍ବରୁ କରୋନା ବିରୋଧରେ ପ୍ରଥମ ସ୍ୱଦେଶୀ ଟିକା ଭାବରେ ଭାରତ ବାୟୋଟେକର କୋଭାକ୍ସିନ ମାନ୍ୟତା ପାଇସାରିଛି। ଟିକା ଉତ୍ପାଦନ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ସହାୟତା ଦେଇଛି।

Leave A Reply

Your email address will not be published.