Odisha Link
Bridging the Missing Links in Odisha

ଆସନ୍ତା ୧୦ରେ ଓଡ଼ିଶା ଆସିବେ ମୋଦି; ଭୁବନେଶ୍ୱରରେ କରିବେ ବିଶାଳ ରୋଡ୍ ସୋ’

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ନାମାଙ୍କନ ପର୍ବ ଜାରି ରହିଛି। ଏହି କ୍ରମରେ ପୁଣି ଥରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି। ଆସନ୍ତା ୧୦ ତାରିଖରେ ଭୁବନେଶ୍ବରରେ ବିଶାଳ ରୋଡ୍‌ ସୋ’ କରିବେ। ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ଯାଏ ନରେନ୍ଦ୍ର ମୋଦି ରୋଡ୍ ସୋ’ କରିବେ ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.