Odisha Link
Bridging the Missing Links in Odisha

ରଜ ବେଳକୁ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ରଜ ବେଳକୁ ଓଡ଼ିଶାରେ ମୌସୁମୀ ବାୟୁ ଆସିବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରେ ଏହା ସ୍ପଷ୍ଚ ହୋଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ।

ସ୍ବାଭାବିକ ଭାବେ ଜୁନ୧ରେ ମୌସୁମୀ କେରଳ ଛୁଇଁଲେ ଓଡ଼ିଶାରେ ଜୁନ ୧୦ରୁ ୧୨ ମଧ୍ୟରେ ମୌସୁମୀ ଆସିଥାଏ। ଏବର୍ଷ ମୌସୁମୀ ୨ ଦିନ ବିଳମ୍ବରେ କେରଳ ଛୁଇଁଥିବାରୁ ଓଡ଼ିଶାକୁ ମଧ୍ୟ ୨ ରୁ ୩ ଦିନ ବିଳମ୍ବ ଅର୍ଥାତ ଜୁନ ୧୪-୧୫ ଆଡ଼କୁ ମୌସୁମୀ ଆସିପାରେ। ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମୌସୁମୀକୁ ଆହୁରି ସକ୍ରିୟ କରିବ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏ ବର୍ଷ ମୌସୁମୀ ବର୍ଷା ପରିମାଣ ସ୍ବାଭାବିକ ରହିବ। ତେବେ କେନ୍ଦ୍ରୀୟ ଭାରତ, ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ ଭାରତରେ ଏଥର ସ୍ବାଭାବିକ କିମ୍ବା ଅଧିକ ବର୍ଷା ହେବ। କିନ୍ତୁ ଉତ୍ତର-ପୂର୍ବ ଓ ଉତ୍ତର ଭାରତରେ ସ୍ବାଭାବିକଠାରୁ କମ ବର୍ଷା ହେବ।

Leave A Reply

Your email address will not be published.