Odisha Link
Bridging the Missing Links in Odisha

କେନ୍ଦ୍ର ସରକାର ଓ ଟ୍ବିଟର ବିବାଦ: ଉପରାଷ୍ଟ୍ରପତିଙ୍କ ସମେତ ସଂଘର ବଡ଼ ନେତାଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ବିଟର ମଧ୍ୟରେ ଲାଗି ରହିଛି ବିବାଦ। ଏବେ ଏହି ବିବାଦ ଘନେଇବାରେ ଲାଗିଛି। କାରଣ ଟ୍ବିଟର ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟେଇ ଦେଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ସଂଘର କିଛି କାର୍ଯ୍ୟକର୍ତ୍ତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଯାହାଙ୍କ ଆକାଉଣ୍ଟ ଅନଭେରିଫାଏଡ୍‌ କରି ଦିଆଯାଇଛି। ଏହି ମାମଲାରେ ଟ୍ବିଟର ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ସମୟ ଧରି ଏହି ସବୁ ଆକାଉଣ୍ଟକୁ ଲଗ୍‌ଇନ୍‌ କରାଯାଇ ନାହିଁ। ଏଥିପାଇଁ ଏଭଳି କାର୍ଯ୍ୟନୁଷ୍ଠାନ ନିଆଯାଇଛି ବୋଲି ଟ୍ବିଟର ପକ୍ଷରୁ କୁୁହାଯାଇଛି।

ବ୍ଲୁ ଟିକ୍‌ ହଟିବା ଅର୍ଥାତ୍‌ ଆକାଉଣ୍ଟଟି ଅନଭେରିଫାଆଡ୍‌ ଅଟେ। ଅର୍ଥାତ୍‌ ଭେଙ୍କୟା ନାଇଡଙ୍କୁ ବ୍ୟକ୍ତିଗତ ଟ୍ବିଟର ଅକାଉଣ୍ଟକୁ ଅନଭେରିଫାଆଡ୍‌ କରିଛି ଏହି ସୋସିଆଲ ସାଇଟ କମ୍ପାନୀ। ଏହି ଖବର ଏବେ ଟ୍ବିଟରରେ ମଧ୍ୟ ଟ୍ରେଣ୍ଡ କରିବାରେ ଲାଗିଛି। ଟ୍ବିଟର ୟୁଜର୍ସ ମାନେ #Venkaiah Naidu ସହ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ଯାହା ଏବେ ଟ୍ରେଣ୍ଡିର ଉପରେ ଅଛି।

ଟ୍ବିଟରର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କିଏ ଏହାକୁ ଭୁଲରେ ହୋଇଥିବା କହିଥିବା ବେଳେ ଆଉ କିଛି ଏହା ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମତ ରଖିଛନ୍ତି।

ଅନ୍ୟପଟେ ଉପରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରେ ବ୍ଳୁ ଟିକ୍‌ ରହିଛି। ଏନେଇ ଉପରାଷ୍ଟ୍ରପତି କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। କ’ଣ ପାଇଁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଯାଇଛି ତାର କାରଣ ଏପର୍ଯ୍ୟନ୍ତ ମିଳିନାଥିବା କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଅପରପକ୍ଷେ ସଂଘର ବଡ଼ ବଡ଼ କାର୍ଯ୍ୟକର୍ତ୍ତାଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟିିଥିବାର ସୂଚନା ମିଳିଛି।

Leave A Reply

Your email address will not be published.