Odisha Link
Bridging the Missing Links in Odisha

ଜଣଙ୍କୁ ପିନ୍ଧାଇଲେ ବରମାଳା ଆଉ ଜଣଙ୍କୁ କଲେ ବିବାହ

ଉତ୍ତରପ୍ରଦେଶ: ଜଣଙ୍କୁ ପିନ୍ଧାଇଲେ ବରମାଳା ଆଉ ଜଣଙ୍କୁ କଲେ ବିବାହ। ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ କନ୍ୟାକୁ ବିବାହ କରିବା ପାଇଁ ପହଞ୍ଚିଥିଲେ ୨ଟି ବର। ଜଣେ କନ୍ୟାକୁ ବରମାଳା ପିନ୍ଧାଇଲେ ତ ଆଉ ଜଣେ ଶିଶୁପାଳ ହୋଇ ଫେରିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚା।

ସୂଚନା ମୁତାବକ, ଏଟା ଜିଲ୍ଲାର କୋତବାଲି ଦେହାତ ଅଞ୍ଚଳର ସିସଙ୍ଗ ଗାଁରେ ଜଣେ ଝିଅକୁ ବିବାହ କରିବା ପାଇଁ ପହଞ୍ଚିଥିଲେ ଦୁଇଟି ଯୁବକ। ପ୍ରଥମେ ପହଞ୍ଚିଥିବା ବର ସହିତ ଝିଅ ଜଣକ ବରମାଳା ପିନ୍ଧାଇଲେ ସତ କିନ୍ତୁ ବିବାହ କଲେ ପରବର୍ତ୍ତୀ ମୁହୂର୍ତ୍ତରେ ପହଞ୍ଚିଥିବା ପୁଅକୁ।

ବରମାଳା ପିନ୍ଧିଥିବା ପୁଅର ପରିବାର ଉତ୍ୟକ୍ତ ହୋଇ ଝଗଡ଼ା ଆରମ୍ଭ କରିଦେଲେ ଏବଂ ଥାନାରେ ଅଭିଯୋଗ କଲେ। ଥାନାରେ ଅଭିଯୋଗ ପରେ ପୋଲିସ ଉକ୍ତ କନ୍ୟାଙ୍କ ବାପା ଏବଂ ବିବାହ କରିଥିବା ବରର ପରିବାର ସଦସ୍ୟଙ୍କୁ ହେପାଜତକୁ ନେଇଛି। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.