Odisha Link
Bridging the Missing Links in Odisha

ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିପାରେ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ ବଢ଼ାଯାଇଥିବା ବେଳେ ପିଜିଟିଭଟି ରେଟ୍‌ କମିବାରେ ଲାଗିଛି। ଯାହା ଏକ ଆଶ୍ବସ୍ତିକର ଖବର ଆଗାମୀ ୭ ରୁ ୮ ଦିନ ଭିତରେ ରାଜ୍ୟରେ ଭଲ ସ୍ଥିତିରେ କରୋନା ସଂକ୍ରମଣ ପହଁଞ୍ଚିବ ବୋଲି ଆଶା କରିଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ସେ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିପାରେ। ରାଜ୍ୟରେ ବର୍ତ୍ତମାନ ୬୩ ପ୍ରତିଶତ ଆଇସିୟୁ ଓ ୬୨ ପ୍ରତିଶତ ଭେଣ୍ଟିଲେଟର ଫିଲ୍‌ ଅପ୍‌ ଅଛି। ଯାହାଫଳରେ ପୂର୍ବ ଅପେକ୍ଷା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ମେଡିକାଲ ଗୁଡ଼ିକରେ ଜେନେରାଲ ବେଡ ଖାଲି ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଟିକା ନେଇ ଲୋକେ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଟିକା ଦିଆଯିବ। ଆମେ ଟିକା ନେବା ମାନେ ହିଁ କୋଭିଡ ସହ ଲଢେ଼ଇ କରିବା ପାଇଁ ଆମେ ସକ୍ଷମ ବୋଲି ସେ କହିଛନ୍ତି।