Odisha Link
Bridging the Missing Links in Odisha

ଟିକା ନେବେ ବାବା ରାମଦେବ, ସମସ୍ତଙ୍କୁ ଟିକା ନେବାକୁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ। ଏଥିସହ ଅନ୍ୟମାନେ ବି କରୋନା ଟିକା ନେବା ପାଇଁ ସେ ନିବେଦନ କରିଛନ୍ତି। ନିକଟରେ ଏଲୋପାଥି ଚିକିତ୍ସାକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଫଳରେ ସେ ନିଜ ବିବୃତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି।

ବାବା ରାମଦେବ କହିଛନ୍ତି ଯେ, ଯୋଗ କଲେ କରୋନା ଜନିତ ଜଟିଳତାରୁ ମୁକ୍ତି ମିଳିପାରିବ। ତେଣୁ ସମସ୍ତେ ଯୋଗ ଅଭ୍ୟାସ କରିବା ଦରକାର। ସେହିପରି ଜୁନ ୨୧ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ନାଗରିକଙ୍କୁ ଟିକା ଦେବାକୁ ଘୋଷଣା କରିଛନ୍ତି। ତେଣୁ ସମସ୍ତେ ଟିକା ନେବାକୁ ସେ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ତଳେ ଏଲୋପାଥି ଚିକିତ୍ସାକୁ ନେଇ ସେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ସର୍ବଭାରତୀୟ ଡାକ୍ତରୀ ସଂଘ ଏହାର ତୀବ୍ର ବିରୋଧ କରିଥିଲା। ଏପରିକି ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ୧ କୋଟି ଟଙ୍କାର ଜରିମାନା ନୋଟିସ ଜାରି କରାଯାଇଥିଲା।