Odisha Link
Bridging the Missing Links in Odisha

ଦୁବାଇ ନେତୃତ୍ବ ସମିତିରେ ସମ୍ମାନିତ ହେଲେ ଓଡ଼ିଆ ମହିଳା

ଦୁବାଇରେ ଅନୁଷ୍ଠିତ ମହିଳା ନେତୃତ୍ବ ସମିତି ୨୦୨୧ (women leadership summit 2021)ରେ ପ୍ରଥମ ଥର ପାଇଁ ସମ୍ମାନିତ ହୋଇଛନ୍ତି ଜଣେ ଓଡ଼ିଆ ମହିଳା। ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ଉତ୍ସବରେ ଦୁବାଇରେ ଅବସ୍ଥାପିତ ଓଡ଼ିଆ ମଧୁସ୍ମିତା ନାୟକଙ୍କୁ Inspiring Woman Business Leader Award 2021 ବିଭାଗରେ ସମ୍ମାନିତ କରାଯାଇଛି।

ସାରଜା ରାଜପରିବାରର ସଦସ୍ୟ ଶେଖ୍‌ ଅହମଦ ବିନ୍‌ ଫୈଶଲ୍‌ ଅଲ୍‌ କାସିମ୍‌ଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ସହଯୋଗରେ ଆୟୋଜିତ ଏହି ଉତ୍ସବରେ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ସଲ୍ବା ଅବଦୁଲାଜିଜ୍‌ ଜେନ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। Inspiring Woman Business Leader Award 2021 ବିଭାଗରେ ମଧୁସ୍ମିତାଙ୍କ ସହ ଯୁଗ୍ମ ଭାବେ ଜୁଲିଆ ଜାକଲ୍‌ ମଧ୍ୟ ସମ୍ମାନିତ ହୋଇଥିଲେ।

ମଧୁସ୍ମିତାଙ୍କ ସମେତ ମୋଟ ୮ ଜଣ ମହିଳା ଏହି ଉତ୍ସବରେ ସମ୍ମାନିତ ହୋଇଥିଲେ। ନୌସିନ୍‌ ମୁଖ୍‌ତାର ଇଣ୍ଟରନାସନାଲ ଲୋକସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଏହି ପୁରସ୍କାର ଉତ୍ସବ ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ନୌସିନ୍‌ ମୁଖ୍‌ତାର ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.