Odisha Link
Bridging the Missing Links in Odisha

ଆଗକୁ ତୃତୀୟ ଲହର ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ମହାରାଷ୍ଟ୍ର ସରକାର ତୃତୀୟ ଲହରୀ ସଂକ୍ରମଣ ପାଇଁ ଚେତାବନୀ ଦେଇଛନ୍ତି। ଏହାକୁ ନଜରରେ ରଖି ସଂକ୍ରମଣର ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।

ଶୁକ୍ରବାର ଡିଏମଇଟି ଗଣମାଧ୍ୟମକୁ କହିଛନ୍ତି ଯେ, ଧିରେ ଧିରେ ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣ। ବର୍ତ୍ତମାନ ସମୟରେ ଓଡ଼ିଶାରେ ତୃତୀୟ ଲହରୀ ଏକ ଆକଳନ ମାତ୍ର। ତାମାନେ ନୁହେଁ ଯେ ଓଡ଼ିଶାରେ ହେବନି। ତୃତୀୟ ଲହର ରୋକିବାକୁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ଟିକାକରଣକୁ ଜୋରଦାର କରାଯାଇଛି। ଅଧିକ ଲୋକ ସଂକ୍ରମଣ ଆଶଙ୍କାରେ ଭିତ୍ତିଭୂମି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବଢ଼ିବା ନେଇ ଡିଏମଇଟି କହିଛନ୍ତି ଯେ, କୌଣସି ଜିନିଷ ନିର୍ଦିଷ୍ଟ ନୁହେଁ। ସବୁ ରୋଗରେ ଏଭଳି ଟ୍ରେଣ୍ଡ ଦେଖାଯାଏ । ସଂକ୍ରମଣ ଏମିତି କମ୍ ବେଶି ହୋଇଥାଏ। ତଥାପି ଆମେ କହିପାରିବା, ଦିନକୁ ଦିନ ସଂକ୍ରମଣ ତଳକୁ ଖସୁଛି । ଡେଲ୍ଟା ଭାରିଏଣ୍ଟ ଦେଶରେ ବହୁତ କମ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.