Odisha Link
Bridging the Missing Links in Odisha

ବିଶେଷଜ୍ଞଙ୍କ ଆଶଙ୍କା ଡେଲଟା ପ୍ଲସ୍ ସାଜିବ ତୃତୀୟ ଲହରର ମୁଖ୍ୟ କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ଡେଲଟା ପ୍ଲସକୁ ନେଇ ଆଶଙ୍କା ଜାରି ରହିଛି। ବିଶ୍ୱର ୧୦ଟି ଦେଶରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଥିବା ବେଳେ ତୃତୀୟ ଲହର ଆଣିବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଏହା ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ଜାପାନ, ରୁଷ ଓ ଚୀନ ଭଳି ଦେଶର ବ୍ୟାପିଥିବାବେଳେ ଭାରତରେ ୩୦ଟି ମାମଲା ସାମନାକୁ ଆସିଛି। ତେଣୁ ଡେଲଟା ପ୍ଲସରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ତେବେ ଡେଟଲା ପ୍ଲସ୍ ବିରୋଧରେ କରୋନା ଭ୍ୟାକ୍ସିନ ପ୍ରଭାବଶାଳୀ ରହିବ କି ନାହିଁ ସେନେଇ ସରକାର ଖୁବଶୀଘ୍ର ଏକ ରିପୋର୍ଟ ପ୍ରକାଶ କରିବେ ବୋଲ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ଡେଲଟା ପ୍ଲସ୍ ଭାରିଆଣ୍ଟ ମହାରାଷ୍ଟ୍ରରୁ ୨୧ଟି, ମଧ୍ୟପ୍ରଦେଶରୁ ୫ଟି, କେରଳରୁ ୨ଟି, କର୍ଣ୍ଣାଟକରୁ ୨ଟି ମାମଲା ଚିହ୍ନଟ ହୋଇଛି। ସମଗ୍ର ବିଶ୍ୱରେ ଡେଲଟା ପ୍ଲସର ୨୦୦ଟି ମାମଲା ଚିହ୍ନଟ ହୋଇଛି।

ପୂର୍ବରୁ ଡେଲଟା ପ୍ଲସ ଭାରିଆଣ୍ଟ ମହାରାଷ୍ଟ୍ରରେ ତୃତୀୟ ଲହର ଆଣିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ କୋଭିଡ ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଥିଲା। ତୃତୀୟ ଲହର ଡେଲଟା ପ୍ଲସ ପାଇଁ ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଡେଲଟା ପ୍ଲସ୍ ଭାଇରସ୍ ଶରୀରରେ ପ୍ରବେଶ କରିବା ପରେ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦେଉଥିବା ବିଶେଷଜ୍ଞମାନେ କହିଛନ୍ତି। ତେଣୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଉଛି।

Leave A Reply

Your email address will not be published.