Odisha Link
Bridging the Missing Links in Odisha

ସର୍ବଦଳୀୟ ବୈଠକ: ପୁଣି ରାଜ୍ୟ ମାନ୍ୟତା ପାଇବ ଜମ୍ମୁ କଶ୍ମୀର!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଅପରାହ୍ଣରେ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଚାଲିଥିବା ଏ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଦୁଇ ବର୍ଷ ତଳେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଥିବା ପୂର୍ବତନ ଜମ୍ମୁ କଶ୍ମୀର ରାଜ୍ୟ ପୁଣି ଥରେ ରାଜ୍ୟମାନ୍ୟତା ଫେରିପାଇବା ନେଇ ଏହି ବୈଠକ ପରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କିଛି ସମୟ ଆଗରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆରମ୍ଭ ହୋଇଥିବା କଶ୍ମୀରର ନେତାଙ୍କ ସମେତ ଏ ବୈଠକରେ ୧୪ ଜଣ ନେତା ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି। କଶ୍ମୀରର ସର୍ବଦଳୀୟ ସଂଗଠନ ପିଏଜିଏର ନେତୃବୃନ୍ଦ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

କଶ୍ମୀରର ବିଭିନ୍ନ ପ୍ରସଙ୍ଗ ନେଇ ଏ ବୈଠକରେ ଆଲୋଚନା ହେବ। ଅନ୍ୟପଟେ ଦିଲ୍ଲୀ ବୈଠକକୁ ଦୃଷ୍ଟିରେ ରଖି କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

୨୦୧୯ରେ ଜମ୍ମୁ ଓ କଶ୍ମୀରରୁ ୩୭୭ ଧାରା ଆଧାରରେ ଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଉଚ୍ଛେଦ କରିଥିଲେ ରାଜ୍ୟ ସରକାର। ପରେ ଏହାକୁ ଦୁଇଗୋଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଅଗଷ୍ଠ ୫, ୨୦୧୯ରେ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇକୋଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା। ତେବେ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଧୋବାଲଙ୍କ ନେତୃତ୍ବରେ ଦୀର୍ଘ ଦିନର କସରତ ପରେ ଜମ୍ମୁ କଶ୍ମୀରରୁ ପୁଣିଥରେ ରାଜ୍ୟପାହ୍ୟା ଫେରାଇଦେବାର ବାଟ ଫିଟିଛି। ଯଦି ଆଜି ଏଭଳି ନିଷ୍ପତ୍ତି ନିଆଯାଏ, ଦେଶର ଅନ୍ୟ ସାଧାରଣ ରାଜ୍ୟ ଭଳି ଜମ୍ମୁ କଶ୍ମୀର ଏକ ସାଧାରଣ ରାଜ୍ୟ ଭାବେ ଭାରତର ଅଞ୍ଗ ହୋଇ ରହିବ।

Leave A Reply

Your email address will not be published.