ରାଜ୍ୟରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଘାତକ ନୁହେଁ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା। ଆଜି ଡେଲଟା ପ୍ଲସ ଭ୍ୟାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି ଡ଼େଲଟା ପ୍ଲସ ଭ୍ୟାରିଆଣ୍ଟ ବିଶେଷ ଘାତକୁ ନୁହେଁ। ଯଦି ଏହା ଘାତକ ହୋଇଥାଆନ୍ତା ତେବେ ଦେବଗଡ଼ ଜିଲ୍ଲାରେ ବ୍ୟାପିସାରନ୍ତାଣି।
ଏଥିସହ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣଙ୍କ ଏବେ ସୁସ୍ଥ ଅଛନ୍ତି ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କୌଣସି ଆବଶ୍ୟକତା ନାହିଁ। ତଥାପି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଓଡ଼ିଶା, ବିହାର, ଛତିଶଗଡ଼, ଝଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩ହଜାର ୮ଶହ ସାମ୍ପୁଲ ଜେନମ ସିକ୍ୟୁଏନ୍ସିଂ ପାଇଁ ଯାଇଥିଲା। ସେଥିମଧ୍ୟରୁ ଓଡ଼ିଶାରୁ ୧୧ଶହ ସାମ୍ପୁଲ ସଂଗ୍ରହ ହୋଇଥିଲା। ଯେଉଁଥିରୁ ମାତ୍ର ଗୋଟିଏ ଡ଼େଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ।
ଡ଼େଲଟା ଭ୍ୟାରିଆଣ୍ଟକୁ ନେଇ ଅନୁଧ୍ୟାନ ଚାଲିଛି। କରୋନା ନିୟମ ସବୁବେଳେ ମାନିବାକୁ ପଡ଼ିବ। ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ତାହାର ତର୍ଜମା ଚାଲିଛି ବୋଲି ଅଜୟ ପରିଡ଼ା କହିଛନ୍ତି।