Odisha Link
Bridging the Missing Links in Odisha

ଦୁଷ୍କର୍ମ ଅଭିଯୋଗରେ ମାଲକାନଗିରି ବନପାଳଙ୍କୁ ଗିରଫ

ମାଲକାନଗିରି: ମାଲକାନଗିରିର ସଦର ମହକୁମାରେ କାର୍ଯ୍ୟରତ ଜନୈକ ବନପାଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ଏନେଇ ଆଜି ମାଲକାନଗିରି ପୁଲିସ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ମାଲକାନଗିରି ଆଇଆଇସିଙ୍କ ମୁତାବକ, ଓର୍କେଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା। ଏପ୍ରିଲ ମାସ ୫ ତାରିଖ ଦିନ ଯୁବତୀ ଜଣକ ବନପାଳ ମୁରଲୀଙ୍କ ବାସଭବନକୁ ବୁଲିବାକୁ ଯାଇଥିଲେ। ବନପାଳ ଯୁବତୀଙ୍କ ଅନିଛା ସତ୍ତ୍ୱେ ତାକୁ ଦୁଷ୍କର୍ମ କରିଥିଲେ। ପରେ ପୀଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ଏଥିସହ ଏନେଇ କାହାକୁ ନଜଣାଇବା ପାଇଁ ବନପାଳ ଯୁବତୀଙ୍କୁ କହିଥିଲେ।

ପରେ ଏହି ଘଟଣା ପଦାକୁ ଆସିବା ସହ ଦୁଇ ପରିବାର ମଧ୍ୟ ଏ ସଂପର୍କ ବିଷୟରେ ଜାଣିବାକୁ ପାଇଲେ। ଉଭୟ ପରିବାର ମିଶି ଦୁହିଁଙ୍କୁ ବିବାହ କରାଇବା ପାଇଁ ମନସ୍ଥ କରିଥିଲେ। ପରେ ପୁଣି ବନପାଳ ମୁରଲୀ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖି ଆସୁଥିଲେ। କିଛି ଦିନ ପରେ ଯୁବତୀଙ୍କ ପରିବାର ଲୋକେ ବିବାହ ପାଇଁ କହିବାରୁ ମୁରଲୀ ବିବାହ କରିବାକୁ ସଂପୂର୍ଣ୍ଣ ମନା କରିଦେଇଥିଲେ।

ଏପରିକି ବନପାଳ ମୁରଲୀ ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ କରାଯାଇଛି। ବିବାହ କରିବାକୁ ମନା କରିବା ପରେ ଯୁବତୀ ଜଣକ ଏସଡିଜେଏମ କୋର୍ଟରେ ଏତଲା ଦାୟର କରିଥିଲେ। ଏସଡିଜେଏମଙ୍କ ନିର୍ଦେଶକ୍ରମେ ମାଲକାନଗିରି ପୁଲିସ କେଶ ନମ୍ବର ୨୪୪ରେ ରୁଜୁ କରି ବନପାଳ ମୁରଲୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.