Odisha Link
Bridging the Missing Links in Odisha

ତୈଳଦର ବୃଦ୍ଧି ନେଇ ଆଜିଠୁ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ବର: ଆଜିଠୁ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ। ପେଟ୍ରୋଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ। ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ରାଜ୍ୟବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ। ପ୍ରତ୍ୟେକ ବ୍ଲକ ଆଗରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବ କଂଗ୍ରେସ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ୯ ତାରିଖରେ ଜିଲ୍ଲା ସ୍ତରରେ, ୧୪ ତାରିଖରେ ଭୁବନେଶ୍ୱରରେ, ୧୫ ତାରିଖରେ ପେଟ୍ରୋଲ ନକିଣିବା ପାଇଁ ଜନସାଧାରଣଙ୍କୁ ଅପିଲ କରିବ କଂଗ୍ରେସ।

୧୭ ତାରିଖ ଦିନ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ କଂଗ୍ରେସ। ଏହାସହ କଂଗ୍ରେସ କର୍ମୀମାନେ ଘର ଘର ବୁଲି ମାସେ ପର୍ଯ୍ୟନ୍ତ କୋଭିଡ଼ ଆକ୍ରାନ୍ତ ଓ କୋଭିଡ଼ ମୃତ୍ୟୁ ସଂଖ୍ୟା ନେଇ ତଥ୍ୟ ସଂଗ୍ରହ କରିବେ।