Odisha Link
Bridging the Missing Links in Odisha

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍, ଦୈନିକ ଏତେ ଘଣ୍ଟା ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆସିଲା ବଡ଼ ଖବର। ରାଜ୍ୟ ସରକାର ଗୁରୁବାର ନେଇଛନ୍ତି ବଡ଼ ନିଷ୍ପତ୍ତି। ପୂର୍ବରୁ ଦଶମ ଓ ଏକାଦଶ କ୍ଲାସ୍‌ ଖୋଲିଥିଲା। ଏବେ ଖୋଲିବ ୯ମ ଶ୍ରେଣୀ। ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ। ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ। କୋଭିଡ୍‌ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ଚିଠି ଲେଖିଛନ୍ତି।

ଅଭିଭାବକ ଚାହିଁଲେ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ ପଠାଇ ପାରିବେ। ନଚେତ୍‌ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀ କ୍ଲାସ୍‌ କରିପାରିବେ।ଶ୍ରେଣୀ ଗୃହରେ କଡ଼ାକଡ଼ି ଭାବେ କୋଭିଡ୍‌ ନିୟମ ପାଳନ କରାଯିବ। ରବିବାର ଏବଂ ଅନ୍ୟାନ୍ୟ ଛୁଟି ଦିନଗୁଡ଼ିକରେ ସ୍କୁଲ୍‌ ବନ୍ଦ ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବଜ୍ଞପ୍ତିରେେ ପ୍ରକାଶ କରିଛି।

Leave A Reply

Your email address will not be published.