Odisha Link
Bridging the Missing Links in Odisha

ଅଲିମ୍ପିକ୍ସ କୁସ୍ତିରେ ରୌପ୍ୟ ପଦକ ଜିତିଲେ ରବି ଦହିୟା

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଭାରତକୁ ଆଉ ଏକ ପଦକ। କୁସ୍ତିରେ ରୌପ୍ୟ ପଦକ ଜିତିଲେ ରବି ଦହିୟା। ୫୭ କେଜି ଫ୍ରି ଷ୍ଟାଇଲ ବର୍ଗରେ ଜିତିଲେ ରୌପ୍ୟ ପଦକ ରବି ଦହିୟା ବିଶ୍ୱ ଚାମ୍ପିୟନ ଜାଭୁର ଉଗୁଏଭଙ୍କ ନିକଟରୁ ୭-୪ରେ ପରାଜିତ ହେବା ସହିତ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି ରେସଲର ରବି ଦାହିୟା।

ଆରମ୍ଭରୁ ରବି ସାମାନ୍ୟ ରକ୍ଷଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ। ପ୍ରଥମ ୩ ମିନିଟରେ ଦାହିୟା ୪-୨ରେ ପଛୁଆ ରହିଥିଲେ। ପ୍ରଥମରୁ ସର୍କଲ ବାହାରକୁ ଦୁଇ ଥର ବାହାର କରି ଜାଭୁର ଦୁଇଟି ପଏଣ୍ଟ ହାସଲ କରିଥିଲେ। ତେବେ ଏକା ସାଥୀରେ ଦୁଇ ପଏଣ୍ଟ ସହିତ ରବି ପ୍ରତ୍ୟାବର୍ତ୍ତନ କରି ଋଷୀୟ ରେସଲର ବାଜି ମାରି ନେଇଥିଲେ।

ଦ୍ୱିତୀୟ ୩ ମିନିଟରେ ରବିଙ୍କ ଡିଫେନ୍ସ ଚମକ୍ରାର ରହିଥିଲେ ହେଁ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା। ଋଷୀୟ ରେସଲର ଅନ୍ତିମ ମିନିଟରେ କେବଳ ରକ୍ଷାତ୍ମକ ଭଙ୍ଗୀରେ ଖେଳି ମ୍ୟାଚକୁ ଜିତି ନେଇଥିଲେ।

Leave A Reply

Your email address will not be published.