Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଫଳ। ପୂର୍ବସୂଚନା ମୁତାବକି ଠିକ ଅପରାହ୍ନ ୧ଟାରେ ବିଧିବିଦ୍ଧ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏହାସହ orissaresults.nic.in ୱେବସାଇଟ୍‌ରେ ମଧ୍ୟ ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଓ୍ୱେବସାଇଟରେ ନିଜର ରୋଲ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ କଳାରେ ପାସ୍ ହାର୍ ୯୮.୫୮ % ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୧ଲକ୍ଷ ୯୮ ୩୬୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ଯୁକ୍ତଦୁଇ କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପିଲା ପାସ୍‌ କରିଛନ୍ତି। ସେହିପରି ଏକ୍ସରେଗୁଲାରରେ ପାସ୍ ହାର ୨୬ % ରହିଛି। ଧନ୍ଦାମୂଳକରେ ପାସ୍ ହାର ୮୨.୦୨ ପ୍ରତିଶତ ରହିଛି।

କରୋନା ମହାମାରୀ ଯାଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା ବେଳେ ବିକଳ୍ପ ମୂଲ୍ୟାୟନ କରାଯାଇଛି । ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିଲା ।