Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆ କିଭଳି ଜିତିବ ବିଶ୍ବକପ୍‌ ? ରୋହିତ ଶର୍ମା କହିଲେ ପ୍ଲାନ୍‌

ରୋହିତ ସମସ୍ତ ପ୍ଲାନ୍‌ କହିବା ସହିତ କିଭଳି ଟିମ୍‌ ଇଣ୍ଡିଆ ବିଶ୍ବକପ୍, ଚମ୍ପିଆନସିପ୍‌ ଟ୍ରଫି ଓ ଅନାନ୍ୟ ଆଇସିସି ଇଭେଣ୍ଟସ୍‌ରେ କିଭଳି ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରି ପାରିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି।

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ଐତିହାସିକ ହେବାକୁ ଯାଉଛି। କାରଣ ଟି-୨୦ ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କୁ ଏବେ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ମିଳିଛି। ଦକ୍ଷିଣ ଆଫ୍ରିକା ଗସ୍ତ ରୋହିତଙ୍କ ପାଇଁ ବଡ଼ ଚ୍ୟ୍ୟାଲେଞ୍ଜ ହେବ ନିଶ୍ଚିତ। କାରଣ ଫୁଲ ଟାଇମ୍‌ ଅଧିନାୟକ ହେବା ପରେ ରୋହିତଙ୍କ ଏହା ପ୍ରଥମ ସିରିଜ୍। ଗୁରୁଦାୟିତ୍ବ ମିଳିବା ପରେ ବିସିସିଆଇକୁ ଏକ ସାକ୍ଷାତକାର ଦେଇଛନ୍ତି।

ସେ ଏହି ସାକ୍ଷାତକାରରେ ଆଗାମୀ ଦିନର ପ୍ଲାନ୍‌ ଉପରେ କିଛି ପ୍ରତିକ୍ରିୟା ରଖିଛନ୍ତି। ରୋହିତ ସମସ୍ତ ପ୍ଲାନ୍‌ କହିବା ସହିତ କିଭଳି ଟିମ୍‌ ଇଣ୍ଡିଆ ବିଶ୍ବକପ୍, ଚମ୍ପିଆନସିପ୍‌ ଟ୍ରଫି ଓ ଅନାନ୍ୟ ଆଇସିସି ଇଭେଣ୍ଟସ୍‌ରେ କିଭଳି ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରି ପାରିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି।

ରୋହିତ କହିଛନ୍ତି, ଆଗାମୀ ଦିନରେ ଆଗପଛ ହୋଇ ଲଗାତାର ବିଶ୍ବକପ୍‌ ହେବାର ଅଛି। ଦଳର ନଜର ଏବେ ସବୁ ବିଶ୍ବକପ୍‌ ଉପରେ ରହିଛି। ଆମକୁ ବିଶ୍ବକପ୍‌ ଜିତିବାର ଅଛି। ହେଲେ ଏକ ପ୍ରୋସେସକୁ ଫଲୋ କରିବାକୁ ପଡ଼ିବ। ଯଦି ଆପଣଙ୍କୁ କୌଣସି କପ୍‌ ଜିତିବାର ଅଛି। ତେବେ ତା’ ପୂର୍ବରୁୁ ବହୁତ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ଆମେ ଏବେଠୁ ଆମ ଲକ୍ଷ୍ୟକୁ ନେଇ ବେଶି ଚିନ୍ତିତ ନାହୁଁ। ଆମେ ବର୍ତ୍ତମାନ ଆମ ପ୍ରସ୍ତୁତି ଉପରେ ଫୋକସ୍‌ କରିବୁ। ୨୦୧୩ ମସିହା ପରଠୁ ଆମେ କୌଣସି ଆଇସିସି ଟ୍ରଫି ଦେଖିନାହୁୁଁ। ହେଲେ ମୋତେ ଲାଗୁନାହିଁ ଯେ ଆମେ କିଛି ଖରାପ ପ୍ରଦର୍ଶନ କରିଛୁ। ବାସ୍‌ ଆମେ ଶେଷ ପର୍ଯ୍ୟାୟରେ ପହଁଞ୍ଚିବାରେ ବିଫଳ ହୋଇଛୁ। ଆମେ ସବୁକଥା ଭୁଲି ସମସ୍ତ ଦୂରତାକୁ ଭୁଲି ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ରୋହିତ କହିଛନ୍ତି।

ସେ ଆହୁରି କହିଛନ୍ତି, ଲୋକେ କଣ କହୁଛନ୍ତି, ସେଥିରେ କୌଣସି ଫରକ ପଡେ ନାହିଁ। ଲୋକେ ଅନେକ ସକରାତ୍ମକ ଏବଂ ନକରାତ୍ମକ କଥା କହିବେ। ଆମର ଦାୟିତ୍ଵ ଲୋକଙ୍କ କଥା ନଶୁଣି ନିଜ କାମ ଉପରେ ଫୋକସ୍ କରିବା ଉଚିତ୍। ଖେଳାଳିଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରହିବା ଦରକାର ବୋଲି ରୋହିତ କହିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତ ଜରିଆରେ ରୋହିତ ଶର୍ମା ଦିନିକିଆ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ୧୦ଟି ଦିନିକିଆରେ ଭାରତର ନେତୃତ୍ଵ ନେଇ ସାରିଛନ୍ତି। ଏଥିରୁ ଦଳ ୮ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜିତ ହୋଇଛି। ରୋହିତଙ୍କ ନେତୃତ୍ଵରେ ଭାରତ ୨୦୧୮ରେ ୟୁଏଇରେ ଆୟୋଜିତ ଏସିଆ କପ୍ ଟାଇଟଲ୍ ଜିତିଥିଲା।

Leave A Reply

Your email address will not be published.