Odisha Link
Bridging the Missing Links in Odisha

ନିଯୁକ୍ତି ପାଇବେ ୬୦୦୦ ଶିକ୍ଷକ, କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଦେବେ ନିଯୁକ୍ତିପତ୍ର

ଭୁବନେଶ୍ବର: ରାଜ୍ୟରେ ହଜାରେ କି ଦୁଇ ହଜାର ନୁହେଁ ଏକାକାଳୀନ ନିଯୁକ୍ତ ପାଇବେ ୬ ହଜାର ଶିକ୍ଷକ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମର ହକି ଗ୍ୟାଲେରୀରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ରାଜ୍ୟ ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏଥିପାଇଁ କରାଯାଉଛି ବ୍ୟାପକ ପ୍ରସ୍ତୁତି। ଆସନ୍ତା ୧୬ ତାରିଖରେ ନିଯୁକ୍ତ ହେବାକୁ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏଥିପାଇଁ ନବନିଯୁକ୍ତ ଶିକ୍ଷକଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ ଆଣିବା ପାଇଁ ୧୨୦ଟି ବସର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଇଛି। ଏପରକିି ୧୫ ତାରିଖ ସୁଦ୍ଧା ଭୁବନେଶ୍ବରରେ ସମସ୍ତ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ପହଁଞ୍ଚିବେ। ଆଉ ସମସ୍ତଙ୍କ ରହଣି ସୁବିଧା ମଧ୍ୟ କଳିଙ୍ଗ ଷ୍ଟାଡିୟମରେ କରାଯାଇଥିବା ସୂଚନା ରହିଛି।

ବିଭାଗୀୟ ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୬ହଜାର ୧୩୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ସର୍ବାଧିକ କଟକ ଜିଲ୍ଲାରୁ ୪୩୮ ଜଣ ଥିବାବେଳେ ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୩୯୧ ଜଣ ଲେଖାଏଁ ନିଯୁକ୍ତି ପାଇବେ। ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ୩୮୨, କେନ୍ଦୁଝର ଜିଲ୍ଲାରୁ ୩୬୫ ଜଣ ଶିକ୍ଷକ ନିଯୁକ୍ତି ପାଇବେ। ଦେବଗଡ଼ ଜିଲ୍ଲାରୁ ସବୁଠାରୁ କମ୍‌ ଅର୍ଥାତ୍‌ ୩୨ ଜଣ ଶିକ୍ଷକ ନିଯୁକ୍ତ ହେବେ।

ରାଜ୍ୟ ସରକାର ମୋଟ ୧୧ ହଜାର ୪୦୦ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତ କରିବା ପାଇଁ ବଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ସେଥିମଧ୍ୟରୁ କଟ୍‌ଅପ୍‌ ମାର୍କ ଅନୁସାରେ ୬ ହଜାର ୧୩୧ ଜଣ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୫ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ଖାଲିଥିବା ସ୍କୁଲ ଗୁଡ଼ିକରେ ନିଯୁକ୍ତ ପାଇବେ।

Leave A Reply

Your email address will not be published.