Odisha Link
Bridging the Missing Links in Odisha

ନୟାଗଡ଼ବାସୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ

ନୟାଗଡ଼: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ଼। ଭର୍ଚୁଆଲ ମୋଡ଼ରେ ନୟାଗଡ଼ ଜିଲ୍ଲାରେ ବିଏସ୍‌କେଓ୍ବାଇ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ। ମୋଟ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୧୫ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୨୩ ହଜାର ୬୦ ପରିବାର ପାଇବେ। ଯାହାଦ୍ବାରା ୭,୭୦,୭୬୭ ଜଣ ଜନତା ଉପକୃତ ହେବେ। ଆଜିର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ।

ନୟାଗଡବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ମା’ମାନେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ। ସରକାର ଚିକିତ୍ସା କଥା ବୁଝୁଛନ୍ତି । ଆପଣ ସେ ଅର୍ଥ ସଞ୍ଚୟ କରନ୍ତୁ। ସଞ୍ଚିତ ଅର୍ଥ ପିଲାଙ୍କ ପାଠପଢା ଓ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.