Odisha Link
Bridging the Missing Links in Odisha

ରାଜଧାନୀରେ ମାଡ଼ିଲା ଓମିକ୍ରନ୍, ଆଉ ୪ ଆକ୍ରାନ୍ତ ଚିହ୍ନଟ

ଦିଲ୍ଲୀରେ ମୋଟ ୬ ଓମିକ୍ରନ୍‌ ମାମଲା ଥିବାବେଳେ ସେମଧ୍ୟରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।

ନୂଆଦିଲ୍ଲୀ: ଡରାଉଛି ଓମିକ୍ରନ୍। ଦେଶରେ ଗୋଟିଏ ରାଜ୍ୟ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏବେ ପୁଣିଥରେ ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଓମିକ୍ରନ୍‌ ଆକ୍ରାନଙ୍କ ସଂଖ୍ୟା ୬ରେ ପହଁଞ୍ଚିଛି।

ସାରା ଦେଶରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ମୋଟ ୬ ଓମିକ୍ରନ୍‌ ମାମଲା ଥିବାବେଳେ ସେମଧ୍ୟରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି। ତେବେ କେଉଁ ରାଜ୍ୟରୁ କେତେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ଉପରେ ଥରେ ନଜର ପକାନ୍ତୁ ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୮ଟି ସ୍ଥାନରେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୨୦, ରାଜସ୍ଥାନରେ ୯, କର୍ଣ୍ଣାଟକରେ ୩, ଗୁଜରାଟରେ ୪, ଦିଲ୍ଲୀରେ ୬, ଚଣ୍ଡୀଗଡ଼ରେ ୨ ଓ କେରଳ ଓ ଆନ୍ଧ୍ରପ୍ରଦେଶରେ ଜଣେ ଲେଖାଏଁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.