Odisha Link
Bridging the Missing Links in Odisha

ରାତି ୧୦ଟା ପରେ ବାଜିବନି ଡିଜେ, ଫୁଟିବନି ବାଣ

ଭୁବନେଶ୍ବର: ଚାଲିଛି ବାହାଘରର ଋତୁ। ହେଲେ କଟକଣାକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ଲୋକେ। ଏଣିକି ରାତି ୧୦ଟା ପରା ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା। ଏନେଇ କଟକଣା କଡ଼ାକଡ଼ି କଲା କମିଶନରେଟ୍‌ ପୋଲିସ। ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ଲୋକେ ମାନୁନଥିଲେ। ଏଣିକି ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ସ୍ପଷ୍ଟ କରିଛି କମିଶନରେଟ୍‌ ପୁଲିସ।

ଯଦି କୌଣସି ସ୍ଥାନରେ କଟକଣା ଉଲଂଘନ ହେଉଥିବାର ନଜରକୁ ଆସେ ତେବେ ଜଣାଇବାରୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଡିସିପି କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ୍ ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇବାକୁ ଭୁବନେଶ୍ବର ଡିସିପି କହିଛନ୍ତି । କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଥିବା ନମ୍ବରଟି ହେଉଛି ୦୬୭୪୨୫୪୦୨୯୪।

ତେବେ ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହିଭଳି କଟକଣା ଜାରି କରାଯାଇଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.