Odisha Link
Bridging the Missing Links in Odisha

ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଧର୍ମଘଟ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ୨ ଦିନିଆ ବ୍ୟାଙ୍କ ଧର୍ମଘଟ। ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋାଧରେ ବ୍ୟାଙ୍କ ୟୁନିଅନଗୁଡ଼କ ୨ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ଗୁରୁବାର ଓ ଶୁକ୍ରବାର ୨ ଦିନ ଏଥିପାଇଁ ବ୍ୟାଙ୍କ ବନ୍ଦ ରହିବ।

ଧର୍ମଘଟ ଡାକରା ଫଳରେ ଆଜି ଓ କାଲି ବ୍ୟାଙ୍କ ସେବା ପ୍ରଭାବିତ ହେବ। ସେହିପରି ଆସନ୍ତା ଶନିବାର ମାସର ୩ୟ ଶନିବାର ହୋଇଥିବାରୁ ବ୍ୟାଙ୍କ ଖୋଲା ରହିବ। ହେଲେ କେତେତ ରାଜ୍ୟରେ ସ୍ଥାନୀୟ ଛୁଟି ଯୋଗୁଁ ବ୍ୟାଙ୍କଗୁଡ଼ିକ ଶନିବାର ବନ୍ଦ ରହିପାରେ। ସେହିପରି ତାହାପରଦିନ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ ସେବା ପ୍ରବାହିତ ହେବାର ଆଶଙ୍କା ରହିଛି।

ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କ କାରବାର ବନ୍ଦ ନେଇ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ଆରବିଏଲ ଆଦି ବ୍ୟାଙ୍କ ଷ୍ଟକ ବଜାରକୁ ଅବଗତ କରିଛନ୍ତି ।

Leave A Reply

Your email address will not be published.