Odisha Link
Bridging the Missing Links in Odisha

ମହାବାହୁଙ୍କ ଦର୍ଶନ କଲେ ଓଡ଼ିଶା ପୁଲିସର ନୂତନ କ୍ୟାପଟେନ୍

ପୁରୀ: ଜଗା ଦୁଆରେ ଓଡ଼ିଶା ପୁଲିସର ନୂତନ କ୍ୟାପଟେନ୍। ଓଡ଼ିଶା ପୁଲିସର ମହାନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ବ ଗ୍ରହଣ କରିଥିବା ଆଇପିଏସ୍‌ ସୁନୀଲ ବଂଶଲ ଆଜି ମହାବାହୁଙ୍କ ଦର୍ଶନ କରିଛନ୍ତି। ଡିଜିପି ଭାବେ ଦାୟିତ୍ବ ନେବା ପରେ ଏହା ହେଉଛି ଶ୍ରୀ ବଂଶଲଙ୍କ ପ୍ରଥମ ପୁରୀ ଗସ୍ତ।

ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୁଲିସ ମୁଖିଆ ଆଇପିଏସ୍ ସୁନୀଲ କୁମାର ବଂଶଲ। ଡିଜିପିଙ୍କ ସହ ତାଙ୍କ ପତ୍ନୀ, ଅତିରିକ୍ତ ଡିଜି ଆଇନଶୃଙ୍ଖଳା ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଦର୍ଶନ କରିବା ପରେ ସୁନୀଲ ଗଣମାଧ୍ୟମକୁ କହିଛନ୍ତି ଯେ, କାଳିଆଙ୍କୁ ଦର୍ଶନ କରିବାକୁ ବହୁତ ଇଚ୍ଛା ଥିଲା । କାର୍ଯ୍ୟ ବ୍ୟସ୍ତରେ ଆସିପାରୁ ନଥିଲି । ମହାପ୍ରଭୁଙ୍କ ଇଚ୍ଛାରୁ ଏଠାରେ ନିଯୁକ୍ତି ପାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଲା। ସେ ଆହୁରି କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟବାସୀଙ୍କ ସେବା କରିବାର ସୁଯୋଗ ମିଳିଛି। ସମସ୍ତଙ୍କ ସହଯୋଗରେ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ରାଜ୍ୟକୁ ଅପରାଧ ମୁକ୍ତ କରିବା ସହ ନିଶା କାରବାରକୁ ବନ୍ଦ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।

ଏଥିସହିତ ସେ ଆହୁରି କହିଛନ୍ତି, ନୂଆବର୍ଷରେ ଦାୟିତ୍ବ ନେବା ପରେ ପ୍ରଥମେ ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇଛନ୍ତି ଡିଜିପି। ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିବା କହିଛନ୍ତି ଡିଜିପି ସୁନୀଲ।

Leave A Reply

Your email address will not be published.