Odisha Link
Bridging the Missing Links in Odisha

କଂଗ୍ରେସ ହାତ ଧରିଲେ ସୋନୁ ସୁଦଙ୍କ ଭଉଣୀ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା।ଏଥିସହିତ ଦଳବଦଳ ରାଜନୀତି ଜୋର ଧରିଛି। ଏସବୁ ମଧ୍ୟରେ ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିଛନ୍ତି କରୋନା କାଳର ରିଅଲ ହିରୋ ତଥା ଅଭିନେତା, ସମାଜସେବୀ ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ ସଚ୍ଚର।

ସେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରାୟ ସମସ୍ତ ରାଜନୈତିକ ଦଳ ତରଫରୁ ମାଲଭିକା ସୁଦଙ୍କୁ ଟିକେଟ୍ ଅଫର ମିଳିଥିଲା କିନ୍ତୁ ସେ କଂଗ୍ରେସ ସହିତ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂ ସିଦ୍ଧୁ ସୋନୁଙ୍କ ବାସଭବନରେ ପହଞ୍ଚିଥିଲେ। ସୋନୁଙ୍କ ସହ ସିଦ୍ଧୁ ଆଲୋଚନା କରୁଥିବା ଫଟୋ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଗତବର୍ଷ ନିର୍ବାଚନ କମିଶନ ସୋନୁ ସୁଦଙ୍କୁ ପଞ୍ଜାବର ଷ୍ଟେଟ ଆଇକନ ଭାବେ ନିଯୁକ୍ତ ଦେଇଥିଲେ। ସୋନୁଙ୍କ ଘର ପଞ୍ଜାବର ମୋଗା ଜିଲ୍ଲାରେ। ମହାମାରୀ କରୋନା ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସେ ନିଜ ଖର୍ଚ୍ଚରେ ଅନେକ ଲୋକଙ୍କୁ ସହଯୋଗ କରିଥିଲେ। ଏଥିପାଇଁ ସାରା ଦେଶରେ ତାଙ୍କୁ ବେଶ ପ୍ରଶଂସା କରାଯାଇଥିଲା। ତାଙ୍କ ଭଉଣୀ ମାଳବିକା ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ସତ, ହେଲେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ସେକଥା ଜଣାପଡ଼ିନି।

Leave A Reply

Your email address will not be published.