Odisha Link
Bridging the Missing Links in Odisha

ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା ଗାଇଡଲାଇନ୍

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ସାରା ଦେଶ ପାଳନ କରିବ ଗଣତନ୍ତ୍ର ଦିବସ। କରୋନା କଟକଣା ମଧ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିସହିତ ଆସନ୍ତାକାଲି ପାଇଁ ଅର୍ଥାତ୍‌ ଜାନୁଆରୀ ୨୬ ତାରିଖ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ଗାଇଡଲାଇନ୍‌ ଜାରି କରାଯାଇଛି।

ଗାଇଡଲାଇନ୍ ଅନୁଯାୟୀ, ଘରେ ପତାକା ଉତ୍ତୋଳନ କରିବା ବେଳେ ସର୍ବାଧିକ ୫ ଜଣ ରହିପାରିବେ। ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ ବେଳେ ସର୍ବାଧିକ ୧୦ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି।

ତେବେ ପତାକା ଉତ୍ତୋଳନ ବେଳେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

Leave A Reply

Your email address will not be published.