Odisha Link
Bridging the Missing Links in Odisha

କେବିଏନ୍‌ ଗ୍ୟାଙ୍ଗର ମୁଖ୍ୟ ବୁବୁ ଗିରଫ, ରାତି ଅଧରେ କରୁଥିଲେ ଆତଙ୍କରାଜ

ଭୁବନେଶ୍ବର: ରାଜଧାନୀର ରାଜାରାସ୍ତାରେ ରାତି ଅଧରେ କରୁଥିଲେ ଆତଙ୍କରାଜ। କେବିଏନ୍‌ ଗ୍ୟାଙ୍ଗ ରାଜଧାନୀରେ ରଚୁଥିଲା ଆତଙ୍କ।ଏବେ ଏହି ଗ୍ରୁପର ମୁଖ୍ୟ ବୁବୁ ଜେନା ହୋଇଛି ଗିରଫ। ରାଜଧାନୀର ଡେଲ୍ଟା ଛକରୁ ବାବୁ ଜେନାକୁ ଗିରଫ କରିଛି କମିଶନରେଟ୍‌ ପୁଲିସ। କେବଳ ସେତିକି ନୁହେଁ ବାବୁ ନିକଟରୁ ଖଣ୍ଡା, ଭୁଜାଲି ଜବତ ମଧ୍ୟ କରିଛି ପୁଲିସ।

ପୂର୍ବରୁ କେବିଏନ୍‌ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଥିଲା ପୁଲିସ। ମିଳିଥିବା ସୂଚନା ମୁତାବିକ, ଗ୍ୟାଙ୍ଗ ମୁଖ୍ୟ ବୁବୁ ନାମରେ ଦଫା ୧୧୦ରେ ବୁକ୍ କରାଯିବ।ପୂର୍ବରୁ ତା ନାଁରେ ଦଫା ୩୦୭ରେ ଗୋଟିଏ ମାମଲା ମଧ୍ୟ ରହିଛି। ତେବେ ବୁବୁ ନାଁରେ ମୋଟ କେତୋଟି ମାମଲା କେଉଁ କେଉଁ ଥାନାରେ ରହିଛି ତାହାର ଯାଞ୍ଚ୍ ଚାଲିଛି।

ଏପରିକି ଆଜି ବୁବୁକୁ କୋର୍ଟ ଚାଲାଣ କରାଯିବ। ଆଉ ୭ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଅପିଲ କରାଯିବ ବୋଲି ଡିସିପି କହିଛନ୍ତି। ରିମାଣ୍ଡ ମିଳିବା ପରେ ବୁବୁକୁ ଅନ୍ୟ ଫେରାର ଅଭିଯୁକ୍ତଙ୍କ ସମ୍ପର୍କରେ ପଚରାଉଚରା କରାଯିବ ଓ ସେମାନଙ୍କୁ ଧରିବାକୁ ଟ୍ରାପ୍ କରାଯି।ବ। ଆବଶ୍ୟକ ପଡ଼ିଲେ ସ୍ପଟ୍ ଭେରିଫିକେସନ୍ ହେବ ବୋଲି ମଧ୍ୟ କହିଛନ୍ତି ଡିସିପି।