Odisha Link
Bridging the Missing Links in Odisha

ସୁପରଫାଷ୍ଟ ଏକ୍ପପ୍ରେସରେ ଲାଗିଲା ନିଆଁ, ଓଡ଼ିଶା ଆସୁଥିଲା ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ। ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ହୋଇଛି ଅଗ୍ନିକାଣ୍ଡ। ଏକ୍ପପ୍ରେସର ପ୍ୟାଣ୍ଟ୍ରୀ କାରରେ ନିଆଁ ଲାଗି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗ୍ନିଶମ କର୍ମଚାରୀ ଏହାକୁ ଆୟତ୍ତ କରି ନେଇଥିବା ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ତେବେ ଏକାଧିକ ଏସି ବଗି ଅଗ୍ନିକାଣ୍ତ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଏସି ବଗିରେ ଧୂଆଁ ପ୍ରବେଶ କରିଯିବାରୁ ଲୋକଙ୍କୁ କାଚ ଭାଙ୍ଗି ବାହାରକୁ ଅଣା ଯାଇଛି।

ଅଗ୍ନିକାଣ୍ଡର କ୍ଷୟକ୍ଷତି ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ। ତେବେ ସାମ୍ନାକୁ ଆସିଥିବା ଭିଡିଓରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ଦେଖିବାକୁ ମିଳିଛି। ସେହିପରି ଅଗ୍ନିକାଣ୍ଡ ଯୋଗୁ ପ୍ରବଳ ଧୂଆଁ ପୂରା ଅଞ୍ଚଳକୁ ଘେରି ରହିଥିବା ଦୃଶ୍ୟ ଭିଡିଓରେ ରହିଛି। ମେଡିକାଲ ଟିମ୍‌ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଯାଞ୍ଚ ପରେ ଦିନ ୧୨.୧୦ରୁ ଟ୍ରେନ ଯାତାୟାତ ସ୍ୱାଭାବିକ ହୋଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି।

Leave A Reply

Your email address will not be published.