Odisha Link
Bridging the Missing Links in Odisha

ମାଓ ପୋଷ୍ଟର ପାଖରୁ ଦୂରେଇ ରୁହ: କୋରାପୁଟ ଏସ୍‌ପି

କୋରାପୁଟ: ମାଓ ପୋଷ୍ଟର ଦେଖିଲେ ଏହା ପାଖକୁ ନଯିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି କୋରାପୁଟ ଜିଲ୍ଲା ପୁଲିସ ଅଧୀକ୍ଷକ ବରୁଣ ଗୁଣ୍ଠାପଲ୍ଲୀ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀ ଅଧିକ ସକ୍ରିୟ ହୋଇଥିବା ନେଇ ଗୁଇନ୍ଦା ସୂଚନା ପାଇବା ପରେ ଏଭଳି ପରାମର୍ଶ ଦେଇଛନ୍ତି ଏସ୍‌ପି।

ନକ୍ସଲମାନଙ୍କ ଦ୍ବାରା ଲଗାଯାଇଥିବା କୌଣସି ପୋଷ୍ଟର ବା ସନ୍ଦେହଜନକ ଚିଜ ଦେଖିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟରେ ଚଳିତ ମାସ ୧୬ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେଉଛି। ଏ ଅବସରରେ ମାଓବାଦୀମାନେ ନିର୍ବାଚନ ଭଣ୍ଡୁର ପାଇଁ ଉଦ୍ୟମ କରୁଛନ୍ତି ବୋଲି ସୂଚନା ମିଳିଛି। ଗତ ସପ୍ତାହରେ ମାଓବାଦୀ ପୋଷ୍ଟରର ଫଟୋ ଉଠାଇବାକୁ ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଜଣେ ସାମ୍ବାଦିକ ଲାଣ୍ଡମାଇନ୍ସ ବିସ୍ଫୋରଣରେ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.