Odisha Link
Bridging the Missing Links in Odisha

ମହାଯୁଦ୍ଧର ପ୍ରଥମ ଦିନରେ ୧୩୭ ମୃତ, ୟୁକ୍ରେନ୍‌ ରାଷ୍ଟ୍ରପତି କହିଲେ…

ଏସବୁ ମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି କହିଛନ୍ତି ଯେ, ଗୁରୁବାର ଦିନ ଋଷ କରିଥିବା ଆକ୍ରମଣରେ ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ସେମଧ୍ୟରେ ବହୁ ଯବାନ ଓ ସାଧାରଣ ନାଗରିକ ରହିଥିବା କହିଛନ୍ତି ରାଷ୍ଟ୍ରପତି।

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ମହାଯୁଦ୍ଧ। ଗୁରୁବାରଠୁ ଋଷ-ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ସାରା ବିଶ୍ବକୁ ଦୋହାଲାଇ ଦେଇଛି। ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ବହୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋିଛି।

ଏସବୁ ମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି କହିଛନ୍ତି ଯେ, ଗୁରୁବାର ଦିନ ଋଷ କରିଥିବା ଆକ୍ରମଣରେ ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ସେମଧ୍ୟରେ ବହୁ ଯବାନ ଓ ସାଧାରଣ ନାଗରିକ ରହିଥିବା କହିଛନ୍ତି ରାଷ୍ଟ୍ରପତି।

ପ୍ରଥମ ଦିନ ଯୁଦ୍ଧରେ ପ୍ରାଣ ହରାଇଥିଶ ୧୩୭ ଜଣଙ୍କୁ ହିରୋର ଆଖ୍ୟା ଦେଇଛନ୍ତି ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି। ଏନେଇଇ ଏକ ଭିଡିଓ ଜାରି କରିଛନ୍ତି ରାଷ୍ଟ୍ରପତି। ସେ ଆହୁରି କହିଛନ୍ତି ଯେ, ଋଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି। ହେଲେ ବାସ୍ତବରେ ସେୟା ନୁହେଁ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ଉପରେ ମଧ୍ୟ ହମଲା କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କୁ ମାରୁଛନ୍ତି ଓ ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକରେ ସୈନ୍ୟ ଛାଉଣି କରୁଛନ୍ତି ବୋଲି ସେ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ଓଡ଼େଶା ରିଜନର ଜମିନିୟି ଦ୍ବୀପରେ ମୁତୟନ ହୋଇଥିବା ସମସ୍ତ ବର୍ଡର ଗାର୍ଡଙ୍କୁ ଋଷ ପକ୍ଷରୁ ହତ୍ୟା କରାଯାଇ ସେହି ଦ୍ବୀପକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଲଢ଼େଇ ଜାରି ରଖିଛୁ। ଆଗକୁ ରଖିବୁ ମଧ୍ୟ। କୌଣସି ପରିସ୍ଥିନିରେ ଆମେ ଆତ୍ମସପର୍ପଣ କରିବୁ ନାହିଁ ବୋଲି ଜେଲେନସ୍କି କହିଛନ୍ତି।

Leave A Reply

Your email address will not be published.