Odisha Link
Bridging the Missing Links in Odisha

ବଢ଼ିଲା କ୍ଷୀର ଦାମ, ଏବେ ଦେବାକୁ ପଡ଼ିବ ଏତେ ଟଙ୍କା

ଓଏଲ୍‌ ବ୍ୟୁରୋ: କାଲିଠୁ ପୁଣିଥରେ ବଢ଼ିବ କ୍ଷୀର ଦାମ। ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ କମ୍ପାନୀ। ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ପହିଲାରୁ ଏହି ବର୍ଦ୍ଧିିତ ଦର ସାରା ଦେଶରେ ଲାଗୁ ହେବ।

ସୋମବାର ଅମୁଲ ବ୍ରାଣ୍ଡର ପରିଚାଳନା କରୁଥିବା ଗୁଜରାଟ ସହକାରୀ ଦୁଗ୍ଧ ବିତରଣ ସଂଘ ବୟାନ ଜାରି ଏଭଳି କିଛି ଘୋଷଣା କରିଛି। କମ୍ପାନୀ କହିଛି ବିଜୁଳି, ପ୍ୟାକେଜିଂ, ପରିବହନ ଏବଂ ପଶୁ ଚାରାରେ ମୂଲ୍ୟ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।

ନୂଆ ଦର ଲାଗୁ ହେବା ପରେ ଅହମଦାବାଦ ଏବଂ ସୌରାଷ୍ଟ୍ରର ବଜାରରେ ୫୦୦ ମିଲିଲିଟର ଅମୁଲ ଗୋଲ୍ଡରେ ମୂଲ୍ୟ ୩୦ ଟଙ୍କାରେ ପହଞ୍ଚିବ। ସେହିପରି ଅମୁଲ ତାଜାର ୫୦୦ ମିଲିମିଟର ପକେଟ ୨୪ ଟଙ୍କା ଏବଂ ଅମୁଲ ଶକ୍ତିର ୫୦୦ ମିଲିମିଟର ପକେଟ ୨୭ ଟଙ୍କାରେ ବିକ୍ରି ହେବ।

Leave A Reply

Your email address will not be published.