Odisha Link
Bridging the Missing Links in Odisha

ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଓଏଲ୍‌ ବ୍ୟୁରୋ: ମେଡିକାଲରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ଅସୁସ୍ଥ ହେବାରୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ମୁତାବିକ, କେଉଁ କାରଣରୁ ନିରଞ୍ଜନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ରାଜ୍ୟରେ ଏବେ ପୌର ନିର୍ବାଚନ ତାତି ଚାଲିଥିବା ବେଳେ ପିସିସି ସଭାପତି ମେଡିକାଲରେ ଭର୍ତ୍ତି ହେବା ଖବର କଂଗ୍ରେସ ପାଇଁ ଚିନ୍ତାର ବିଷୟ ବୋଲି ରାଜନୈତିକ ବିଷାରଦ ମତ ରଖିଛନ୍ତି। ସୂଚନାଥାଉକି ପଞ୍ଚାୟତ ନିର୍ବାଚନବେଳେ ମଧ୍ୟ ଶ୍ରୀ ପଟ୍ଟନାୟକ କରୋନା ସଂକ୍ରମିତ ହେବାରୁ ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିନଥିଲେ।