Odisha Link
Bridging the Missing Links in Odisha

ରାମନବମୀରେ ଆମିଷ ଭୋଜି, ଜେଏନ୍‌ୟୁରେ ଖଣ୍ଡଯୁଦ୍ଧ

ବ୍ୟୁରୋ: ଦିଲ୍ଲୀର ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ ପରିସରରେ ରାମନବମୀ ଅବସରରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆମିଷ ଭୋଜିକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବାମ ଛାତ୍ର ମେଣ୍ଟର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି।

କାବେରୀ ହଷ୍ଟେଲରେ ଏବିଭିପି ପକ୍ଷରୁ ରାମନବୀରେ ଆମିଷ ନିଷେଧ କରାଯାଇଛି ବୋଲି ବାମ ଛାତ୍ର ସଂଗଠନ ଅଭିଯୋଗ ଉଠାଇଥିବାବେଳେ ଛାତ୍ରାବାସ ମଧ୍ୟରେ ପୂଜା କରିବା ପାଇଁ ଏନ୍‌ଏସ୍‌ୟୁଆଇ ସମେତ ବାମପନ୍ଥୀ ଛାତ୍ର ସଂଘଠନର କର୍ମୀମାନେ ସୁଯୋଗ ଦେଉନାହାନ୍ତି ବୋଲି ଏବିଭିପି ଅଭିଯୋଗ କରିଛି।

ଏ ଘଟଣାକୁ ନେଇ ସଂଧ୍ୟାରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି।

ଜେଏନ୍‌ୟୁ ଛାତ୍ରସଂଗ ସଭାପତି ଆଇସି ଘୋଷ ଟ୍ବିଟ୍‌ କରିଛନ୍ତି- ବନ୍ଧୁଗଣ, ଏବିଭିପି ପୁଣି ଏମିତି କରୁଛି। ପ୍ରଥମେ ସେମାନେ କାବେରୀ ଛାତ୍ରାବାସରେ ସମସ୍ତଙ୍କ ଆମିଷ କାଇବା ଉପରେ କଟକଣା ଲଗାଇଲେ। ଯେତେବେଳେ ସାଧାରଣ ଛାତ୍ର ଏହି ଖାଦ୍ୟ-ଫାଶିବାଦ ବିରୋଧରେ ସ୍ବର ଉତ୍ତୋଳନ କଲେ ସଂଘୀ ଗୁଣ୍ଡାମାନେ ହିଂସା ଆରମ୍ଭ କଲେ। ଛାତ୍ରମାନେ ଗୁରୁତର ଭାବେ କ୍ଷତବିକ୍ଷତ ହୋଇଛନ୍ତି।

ସେହିପରି ଜଣେ ଆହତ ଛାତ୍ରଙ୍କ ଭିଡିଓ ସହ ଏବିଭିପି ଟ୍ବିଟର ହାଣ୍ଡଲରେ ଲେଖାହୋଇଛି- ବାମପନ୍ଥୀ, ସାମ୍ୟବାଦୀମାନେ ଜେଏନ୍‌ୟୁରେ ଏବିଭିପି କର୍ମୀ ଓ ସାଧାରଣ ଛାତ୍ରମାନଙ୍କୁ ଆକ୍ରମଣ କରିଛନ୍ତି। ଏହି ନକ୍ସଲି ଆକ୍ରମଣରେ ଏବିଭିପି କର୍ମୀ ରବି ରାଜ୍‌ ଗୁରୁତର ଭାବେ ଆହତ ହୋଇଛନ୍ତି।

Leave A Reply

Your email address will not be published.