Odisha Link
Bridging the Missing Links in Odisha

ମହାନଦୀରେ ଭାସିଗଲେ ତିନି ଯୁବକ, ଜଣଙ୍କର ମୃତଦେହ ଉଦ୍ଧାର

କଟକ: ମହାନଦୀରେ ଗାଧୋଇବାକୁ ଯାଇଥିବା ସମୟରେ ତିନିଜଣ ଯୁବକ ଜଳର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ସନ୍ଧାନ ମିଳିନାହିଁ।

ରବିବାର ଦିନ ମହାନଦୀରେ ଗାଧୋଇବାକୁ ଯାଇଥିବାବେଳେ ତିନିସାଙ୍ଗ ଭାସିଯାଇଥିଲେ। ଜଣଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କ ସନ୍ଧାନ ଏଯାଏଁ ମିଳିନାହିଁ। ଓଡ୍ରାଫ୍‌ ଦଳ ସନ୍ଧାନ ଜାରି ରଖିଛନ୍ତି।

Leave A Reply

Your email address will not be published.