Odisha Link
Bridging the Missing Links in Odisha

ପୁଣି ବିଧାନସଭାକୁ ଫେରିଲା ଚିଟ୍‌ଫଣ୍ଡ ତାତି

ଓଏଲ୍‌ ବ୍ୟୁରୋ : ପୁଣି ବିଧାନସଭାକୁ ଫେରିଲା ଚିଟ୍‌ଫଣ୍ଡ ତାତି। ସୋମବାର ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥିଲା ଭାରତୀୟ ଜନତା ପାର୍ଟି। କାରଣ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପ୍ରତିବାଦ କରିଥିଲା ବିଜେପି। ସେହିଭଳି କଂଗ୍ରେସ ମଧ୍ୟ ଚାଷୀ ଓ ମରୁଡ଼ି ସମସ୍ୟା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।

ବିଜେପି ମୁଲତବୀ ପ୍ରସ୍ତାବ ଉପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ, ଚିଟଫଣ୍ଡ ପ୍ରସଙ୍ଗ ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି। କମିଶନ ତଦନ୍ତ କରୁଛନ୍ତି। ୨୦୧୪ରେ ତତ୍କାଳୀନ ବାଚସ୍ପତି, ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ । ଏଥିସହିତ ଏହା ବର୍ତ୍ତମାନର ପ୍ରସଙ୍ଗ ହୋଇନଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି।

ଅପରପକ୍ଷେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ସରକାର ଚିଟଫଣ୍ଡ ପ୍ରସଙ୍ଗରେ ଆଲୋଚନା କରିବାକୁ ଡରୁଛନ୍ତି। ସେଥିପାଇଁ ମୁଲତବୀ ପ୍ରସ୍ତାବ ଗ୍ରହଣ କରୁନାହାନ୍ତି। ଏହି ପ୍ରସଙ୍ଗରେ ଗୃହ ବାରମ୍ବାର ମୁଲତବୀ ହେଉଥିବାରୁ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

Leave A Reply

Your email address will not be published.