Odisha Link
Bridging the Missing Links in Odisha

ଭାରତ-ବାଂଲାଦେଶ ମ୍ୟାଚ୍, ପ୍ରଥମେ ବ୍ୟାଟିଂ କରିବ ଭାରତ

ଓଏଲ୍‌ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ବକପ୍‌ର ୩୫ ତମ ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ଭାରତୀୟ ଦଳ ଦଳ ପ୍ରଥ‌ମେ ବ୍ୟାଟିଂ କରିବ।

ବିଶ୍ବକପ୍‌ ସେମିଫାଇନାଲ ସ୍ଥାନ ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ। ଏହି ହାଇଭୋଲଟେଜ ମ୍ୟାଚ ଜିତି ଭାରତ ନିଜ ସେମିଫାଇନାଲ ଆଶାକୁ ଆହୁରି ମଜବୁତ କରିବ। ସେପଟେ ବାଲାଂଦେଶ ମଧ୍ୟ ସେମିଫାଇନାଲ ରେସରେ ରହିବାକୁ ଭରପୁର ପ୍ରୟାସ କରିବ। ସବୁଠୁ ବଡ଼କଥା ହେଲା ଟି-୨୦ ଫର୍ମାଟରେ ବାଂଲାଦେଶ ଭାରତୀୟ ଦଳକୁ ନାକେଦମ କରିଛି। ଯାହାଫଳରେ ଆଜି ଏକ ରୋଚକ ମୁକାବିଲା ଦେଖିବାକୁ ମିଳିବ।

ଭାରତୀୟ ଦଳ : କେଏଲ୍‌ ରାହୁଲ, ‌ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି,  ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଆର୍‌ ଅଶ୍ବିନ, ଅକ୍ଷର ପଟେଲ, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ

ବାଂଲାଦେଶ ଦଳ: ନାଜମୁଲ ହୁସେନ ସାଣ୍ଟୋ, ଲିଟନ ଦାସ, ସକିବ ଅଲ୍‌ ହାସନ (ଅଧିନାୟକ), ଅଫିଫ ହୁସେନ, ନୁରୁଲ ହାସନ, ମୋସାଦେକ ହୁସେନ, ୟାସିର ଅଲ୍ଲୀ, ସୋରଫଇଲ ଇସଲାମ,ତସ୍କିନ ଅହମଦ, ମୁସ୍ତାଫିଜୁର ରହମାନ, ହାସନ ମେହମୁଦ, ତସ୍କିନ ଅହମେଦ।

Leave A Reply

Your email address will not be published.