Odisha Link
Bridging the Missing Links in Odisha

ଧାମନଗର ଉପନିର୍ବାଚନ : ନବୀନ କହିଲେ ବିଜେପି ଜିତିବ ବୋଲି …

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ। ସେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାଜିତ କରି ଧାମନଗର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଧାମନଗର ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟ ରଖିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

ବିଜେପି ଜିତିବ ବୋଲି ଆଶା କରିଥିଲୁ । ଧାମନଗରରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ। ତାଙ୍କ ପୁଅକୁ ଟିକଟ୍ ଦିଆଯାଇଥବାରୁ ସେ ଜିତିଲେ। ଏଥିରେ ବିଜୁ ଜନତା ଦଳ ବିଚଳିତ ନୁହେଁ। ୨୦୨୪ ନିର୍ବାଚନର ବିଜେଡି ଜିତି ସରକାର କରିବ। କାହିଁକିନା ଆମେ ଲୋକଙ୍କ ସହ ଓ ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଏଭଳି କହିଛନ୍ତି।

୨୦୨୪ରେ ବିଜେଡିର କାହା ସହ ଲଢ଼େଇ ହେବା ନେଇ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କିଛି ବର୍ଷ ହେବ ବିଜେପି ଦ୍ବିତୀୟ ବୃହତ ଦଳ ଭାବେ ଉଭା ହୋଇଛି। ଏଠାରେ କଂଗ୍ରେସର ମଧ୍ୟ ଭଲ ସ୍ଥିତି ରହିଛି । ସେହିପରି ସେ ଆହୁରି କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଆମେ ପୁଣିଥରେ ସରକାର କରିବୁ।

Leave A Reply

Your email address will not be published.