Odisha Link
Bridging the Missing Links in Odisha

ପ୍ରିୟଙ୍କା ଚୋପ୍ରାଙ୍କୁ ଲକ୍ଷ୍ନୌରେ ବିରୋଧ କାହିଁକି ?

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଷ୍ଟାର ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ସେ ସିନେ ପ୍ରେମୀଙ୍କ ହୃଦୟରେ ରାଜ କରନ୍ତି ଏଥିସହିତ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେହିପରି ତାଙ୍କୁ ଅନେକ ରିଅଲିଟି ସୋ ରେ ମଧ୍ୟ ଦେଖିବାକୁ ମିଳିଥାଏ। ଦୀର୍ଘ ୩ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ଭାରତ ଆସିଥିବା ବେଳେ ସେ ନିଜର ସୋସିଆଲ ମିଡିଆରେ ଭାରତ ଗସ୍ତ ସମୟର ଏକ ଫଟୋ ଉପଲୋଡ କରିଛନ୍ତି। କିନ୍ତୁ ଲକ୍ଷ୍ନୌରେ ତାଙ୍କୁ ବିରୋଧ କରଯାଇଥିଲା। ଏପରିକି ସହରରେ ତାଙ୍କ ବିରୋଧରେ ଚାରିଆଡେ ପୋଷ୍ଟର ଲଗାଯାଇଥିଲା। ପୋଷ୍ଟରରେ ବିଭିନ୍ନ ପ୍ରକାର ଢଙ୍ଗରେ ବିରୋଧ କରାଯାଇଥିବା ବେଳେ ‘ନବାବଙ୍କ ସହରରେ ତୁମକୁ ସ୍ୱାଗତ ନାହିଁ’ ‘You Are Not Welcome In City Of Nawabs’ ଏପରି ଲେଖା ଦେଖିବାକୁ ମିଳିଥିଲା।

ପ୍ରିୟଙ୍କା ଚୋପ୍ରା ୟୁନିସେଫର ଜାତୀୟ ଆମ୍ବାସାଡାର ହୋଇଥିବାବେଳେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ବିଶେଷ କରି ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗସ୍ତ ଯିବାର କାର୍ଯ୍ୟକ୍ରମ ରହିଥିଲା । ବିଶେଷ କାମରେ ସେ ଲକ୍ଷ୍ନୌରେ ଆସିଥିଲେ କିନ୍ତୁ ସେଠାରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା। ସୂଚନା ଅନୁସାରେ, ମିସ୍ ବାର୍ବାଡୋର ନିକଟରେ ଏକ ଭିଡିଓ ଜାରି କରି ପ୍ରିୟଙ୍କା ମିସ୍ ୱାର୍ଲ୍ଡ ହେବା ପଛରେ ହୋଇଥିବା ଫିକ୍ସିଙ୍ଗ ବିଷୟରେ ଖୁଲାସା ହୋଇଥିଲା। କିନ୍ତୁ ଲକ୍ଷ୍ନୌରେ କଣ ପାଇଁ ତାଙ୍କୁ ବିରୋଧ କରାଯାଇଥିଲା ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.