ପଦ୍ମପୁର ପାଇଁ ପ୍ରସ୍ତୁତି, ବିଜେଡି ମଙ୍ଗ ସମ୍ଭାଳିବେ ପ୍ରସନ୍ନ ଆଚାର୍ଯ୍ୟ

ଓଏଲ୍ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ପରାଜିତ ହୋଇଥିବା ବିଜୁ ଜନତା ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ କଲାଣି ଅଙ୍କକଷା। ନିର୍ବାଚନ ପାଇଁ ୧୦ ତାରିଖ ବାହାରିବ ବିଧିବଦ୍ଧ ବିଜ୍ଞପ୍ତି। ତାପୂର୍ବରୁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ବ ବାଣ୍ଟିଛି। ଏଥିସହିତ ସ୍ଥାନୀୟ ନେତାଙ୍କ ଉପରେ ଭରସା ରଖି ଗୁରୁ ଦାୟିତ୍ବ ଦେଇଛି ବିଜେଡି।
ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ସେହିଭଳି ସମ୍ପୂର୍ଣ୍ଣ ପ୍ରଚାର ମଙ୍ଗ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।
ଝାରବନ୍ଧ, ପାଇକମାଳ, ପଦ୍ମପୁର ବ୍ଲକକୁ ନେଇ ଗଠିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ। ତିନି ବ୍ଲକ ଦାୟିତ୍ବରେ ରହିବେ ତିନି ଜଣ ମନ୍ତ୍ରୀ। ପଦ୍ମପୁର ବ୍ଲକ ଦାୟିତ୍ବ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପରଥିବା ବେଳେ ପାଇକମାଳ ବ୍ଲକ ଦାୟିତ୍ବରେ ମନ୍ତ୍ରୀ ନବ ଦାସଙ୍କୁ ମିଳିଛି। ସେହିପରି ଝାରବନ୍ଧ ବ୍ଲକ୍ ଦାୟିତ୍ବ ମନ୍ତ୍ରୀ ରାଜେନ୍ଦ୍ରେ ଢୋଲକିଆଙ୍କ ଉପରେ ରହିଛି।
ସେହିପରି ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗୀନୀ ଛୁରିଆ, ରୀତା ସାହୁ, ସରୋଜ ମେହେର , ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ଜୋନ୍ ଦାୟିତ୍ବ ମିଳିଛି। ନିରଞ୍ଜନ ବିଶି, ରୋହିତ ପୂଜାରୀ ପ୍ରମୁଖ ଜୋନ୍ ଦାୟିତ୍ବ ସମ୍ଭାଳିବେ।