Odisha Link
Bridging the Missing Links in Odisha

ବିଦ୍ୟୁତ ତାର ଲାଗିବାରୁ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ୧୧ କେଭି ତାରରେ ଚାଲିଗଲା ଜୀବନ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନଛିମପୁର ପଂଚାୟ ର ଅମ୍ବାଳିଅଠା ଗ୍ରାମରେ ଅଘଟଣ ଘଟିଛି। ମୃତକ ହେଉଛନ୍ତି ଯାଜପୁରର ଯାରକା ଅଂଚଳର ସନାତନ ସାହୁ।

ସେ ଜଣେ ଟ୍ରକ୍ ଡ୍ରାଇଭର ଥିଲେ ଏବଂ ୫ ବର୍ଷ ହେବ ନଛିମପୁର ଗ୍ରାମର ହେମନ୍ତ କୁମାର ସିଂ ଙ୍କ ନିକଟରେ ଧାନ ଅମଳ ମେସିନ ପରିଚାଳନା କରୁଥିଲେ। ସେ ନିଜେ ଆଜି ଭୋର ସମୟରେ ଆମ୍ବଳିଅଠା ରୁ ନଛିମପୁରକୁ ଏକ ଟ୍ରକ ଯୋଗେ ଜିନିଷ ନେଉଥିଲେ।

ଆମ୍ବଳିଅଠା ଶିବ ମନ୍ଦିର ନିକଟରେ ୧୧ କେଭି ବିଦ୍ୟୁତ ତାରକୁ ବାଉଁଶ ସାହାଯ୍ୟରେ ଉପରକୁ ଉଠାଉଥିବାବେଳେ ତାରଟି ବାଉଁଶରୁ ଖସି ପଡ଼ିଥିଲା ଥିଲା। ଦୁର୍ଭାଗ୍ୟର କଥା ତାରଟି ସନାତନଙ୍କ ଉପରେ ପଡିଥିଲା । ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।ତେବେ ଘଟଣା ସ୍ଥଳରୁ ଟ୍ରକ୍ ମାଲିକ ଗାଡିଟିକୁ ନେଇଯାଇଛନ୍ତି । ସନାତନଙ୍କ ଅଚାନକ ମୃତ୍ୟୁ ତାଙ୍କ ପରିବାରରେ ଦୁଃଖର ଛାୟା ଭରି ଦେଇଛି।