Odisha Link
Bridging the Missing Links in Odisha

ଟ୍ରେଣ୍ଡରେ ସୋସିଆଲ ମିଡିଆ ଛଟେଇ

ଓଏଲ୍‌ ବ୍ୟୁରୋ: ଟ୍ବିଟର ପରେ ମେଟା କମ୍ପାନୀରେ ହୋଇପାରେ ବଡ଼ ଧରଣର ଛଟେଇ। ଇତିହାସରେ ପ୍ରଥମ ଥର ମେଟା କମ୍ପାନୀ କରିବାକୁ ଯାଉଛି ବଡ଼ ଧରଣର ଛଟେଇ। ଯାହାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏଲନ ମସ୍କଙ୍କ ଟ୍ୱିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ମଧ୍ୟ ଛଟେଇ ହୋଇପାରେ। ସୂଚନା ଅନୁସାରେ ଆସନ୍ତା ବୁଧବାର ଠାରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହେବ। ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କଷ୍ଟ କଟିଂ ହେବାକୁ ଯାଉଛି। କମ୍ପାନୀ ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀ ଙ୍କୁ ନିଲମ୍ବିତ କରିଦେଇପାରେ।

ଆଗରୁ ଟ୍ୱିଟରରେ ଛଟେଇ ପାଇଁ ଏଲନ ମସ୍କଙ୍କ ଉପରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିନ୍ଦା କରିଥିଲେ। ଟ୍ୱିଟର ଦ୍ୱାରା ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ବିକଳ୍ପ ବ୍ୟବସ୍ଥା କରିବା ଲାଗି କମ୍ପାନୀ ଯଥେଷ୍ଟ ସମୟ ଦେବା ଦରକାର ବୋଲି ମନ୍ତ୍ରୀ ଅଶ୍ୱିନୀ କହିଥିଲେ। ସୂଚନାଯୋଗ୍ୟ, ମେଟାରେ ପ୍ରାୟ ୮୭ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.